ପାରାଦ୍ଵୀପ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ନିଜ ମା’କୁ ଅତି ବିଭତ୍ସଭାବେ ହତ୍ୟା କଲା ନୃଶଂସ ପୁଅ । ପାରାଦ୍ଵୀପର ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ଘଟିଛି ଏହି ଅଭାବନୀୟ ହତ୍ୟାକାଣ୍ଡ । ପୋଲିସ ହତ୍ୟାକାରୀ ପୁଅକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ପୁଅ ମାନସିକ ବିକୃତ ଥବା ଜଣାପଡିଛି ।
ମୃତ ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲ ର ଶିକ୍ଷୟତ୍ରୀ। ସକାଳୁ ପୂଜା ସାରି, ପୂଜା ପାଣି ଛିଞ୍ଚି ଥିଲେ ପୁଅ ଅଂଶୁମାନ ଉପରକୁ। ପୂଜା ପାଣି ଛିଞ୍ଚିବାକୁ ନେଇ ମୁଣ୍ଡକୁ ହାଣି ହତ୍ୟା କଲା ପୁଅ । ଆଜି ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବା ବେଳେ ପୁଅ ଅଂଶୁମାନ ଏକ କଟୁରୀ ସାହାଯ୍ୟରେ ମାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ମା ସୁଲୋଚନାଙ୍କର ମୃତ୍ୟୁ ହୋଇଛି । ଅଂଶୁମାନ ସୁଲୋଚନାଙ୍କ ସାନ ପୁଅ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି କରୁଛନ୍ତି ତଦନ୍ତ।