କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଛି ଶନିବାର ଦିନ ୧୦ଟା ସମୟରେ ବଡ ଦେଉଳରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ମାଆ ଶୁଭଦ୍ରା, ଶେଷରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଅଣା ଯାଇଥିଲା। ସେଠାରେ ଠାକୁର ମାନଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସମସ୍ତ ନୀତି ସରିବା ପରେ ଠାକୁର ମାନେ ହାତୀବେଶରେ ଦର୍ଶନ ଦେବେ। ପହଣ୍ଡି ସମୟରେ କେନ୍ଦୁଝର ରାଜା ଧନଞ୍ଜୟ ରାରାୟଣ ବଞ୍ଜଦେଓ, ବଦପଣ୍ଡା ରାଜକିଶୋର ପଣ୍ଡା, ବ୍ରହ୍ମା ଗଙ୍ଗାଧର ମିଶ୍ର, ବ୍ଳଭଦ୍ରଙ୍କ ପୂଜକ ସୁବ୍ରତ ତ୍ରିପାଠୀ, ଜଗନ୍ନାଥଙ୍କର ପୂଜକ ସୁଜିତ ଦାଶ, ଶୁଭଦ୍ରାଙ୍କର ପୂଜକ ଦେବଦତ୍ତ ପତି ଉପସ୍ଥିତ ଥିବାବେଳେ ପହଣ୍ଡିଆ ସେବକମାନେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ବେଦିକୁ ଆଣିଥିଲେ। ପହଣ୍ଡିକୁ ସୂଚାରୁ ରୂପେ ପରିଚଳନା ନିମନ୍ତେ ଦେବୋତ୍ତର ଅଧିକାରୀ ଓ ପୁଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି।
କେନ୍ଦୁଝରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା
କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଛି ଶନିବାର ଦିନ ୧୦ଟା ସମୟରେ ବଡ ଦେଉଳରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ମାଆ ଶୁଭଦ୍ରା, ଶେଷରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଅଣା ଯାଇଥିଲା। ସେଠାରେ ଠାକୁର ମାନଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସମସ୍ତ ନୀତି ସରିବା ପରେ ଠାକୁର ମାନେ ହାତୀବେଶରେ ଦର୍ଶନ ଦେବେ। […]