ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୃଷି ବିପଣନ (ଓଏସ୍‌‌ଏଏମ୍‌‌) ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍‌‌ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍‌‌ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି। ଏହି ଇ-ନାମ୍‌‌ ବ୍ୟବସ୍ଥା ଜରିଆରେ କୃଷିଜାତ ଦ୍ରବ୍ୟ ପାନ୍‌‌ ଇଣ୍ଡିଆ ସ୍ତରରେ ଅନ୍‌‌ଲାଇନ୍‌‌ ଉପଲବ୍ଧ ହୋଇପାରିଛି। […]

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୃଷି ବିପଣନ (ଓଏସ୍‌‌ଏଏମ୍‌‌) ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍‌‌ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍‌‌ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି। ଏହି ଇ-ନାମ୍‌‌ ବ୍ୟବସ୍ଥା ଜରିଆରେ କୃଷିଜାତ ଦ୍ରବ୍ୟ ପାନ୍‌‌ ଇଣ୍ଡିଆ ସ୍ତରରେ ଅନ୍‌‌ଲାଇନ୍‌‌ ଉପଲବ୍ଧ ହୋଇପାରିଛି। ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମ୍‌‌ସି (କୃଷି ଉତ୍ପାଦନ ବିପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌‌ସି) ମାଧ୍ୟମରେ ଯୋଡ଼ିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ‘୫-ଟି’ ଶାସନ ପଦ୍ଧତିରେ ଓଡ଼ିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବାକୁ ଏହି ଉଦ୍ୟମ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଅନୁସରଣ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍‌‌ଏମ୍‌‌ସିକୁ ଇ-ନାମ୍‌‌ ପୋର୍ଟାଲରେ ସଫଳତାର ସହ ଅପ୍‌‌ଲୋଡିଂ କରାଯାଇଛି। ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମ୍‌‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦ ପ୍ରତିଶତ ଅନନ୍ୟ ସଫଳତା ହାସଲ କରିଛି। ୨୦୧୭ରେ ଇ-ନାମ୍‌‌ ପ୍ଲାଟଫର୍ମରେ କେବଳ ୧୦ଟି ଆର୍‌‌ଏମ୍‌‌ସି ଥିବାବେଳେ ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମ୍‌‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦ ପ୍ରତିଶତ ଅନନ୍ୟ ସଫଳତା ହାସଲ କରିଛି।

ଗୋଟିଏ ପାଦ ଆଗକୁ ବଢ଼଼ି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି। ଏହି ଏଫ୍‌‌ପିଓର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌‌ଏଚ୍‌‌ଜି) ବର୍ତ୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନ୍‌‌ଲାଇନ୍‌‌ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇବାର ବ୍ୟବସ୍ଥା ହୋଇଛି। ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକ୍ଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡ଼ିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର/ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍‌‌ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ଟିମ୍‌‌-ସମବାୟ ଉଦ୍ୟମ ଜାରିରଖିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ପୁରସ୍କାର ପାଇଁ ମନ୍ତ୍ରୀ ଶ୍ରୀ ନାୟକ ଓଏସ୍‌‌ଏମ୍‌‌ ବୋର୍ଡ ଓ ଟିମ୍‌‌ କୋ-ପରେସନକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ରାଜ୍ୟର କୃଷକମାନଙ୍କ ହିତ ପାଇଁ ‘୫-ଟି’ ଶାସନାଦେଶ ଅନୁୟାୟୀ ସ୍ୱଚ୍ଛତା ବଜାୟ ରଖି ଏହି ଟିମ୍‌‌ ସମାନ ଉତ୍ସାହର ସହ କାର୍ଯ୍ୟ ଜାରିରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

About The Author: The Sakala