ମହିଳାଙ୍କ ପାଇଁ ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ, ଆହୁରି ସଶକ୍ତ ହେବେ ମହିଳା: ମିଶନ ଶକ୍ତି ସଚିବ

ଭୁବନେଶ୍ୱର: ମା ସାଜିଛନ୍ତି ବିକାଶର ସାରଥୀ । ଗାଁ ଗାଁରେ ବିକାଶର ନନ୍ଦିଘୋଷ ଗଡାଇବେ ମହିଳା । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଦେଇଛନ୍ତି ମନ୍ତ୍ର । ଏସଏଚଜିରୁ ହେବେ ବ୍ୟବସାୟୀ। ସ୍ୱୟଂ ସହାୟକ ଗୋଷ୍ଠୀ ହେବେ SME ବା କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗୀ । ଆସନ୍ତା ୧୨ ମାସ ମଧ୍ୟରେ ରାଜ୍ୟସ୍ତରୀୟ ଫେଡରେସନ ଗଠନ ହେବ। ଏହା ଜରିଆରେ ଡିସିସନ ମେକିଙ୍ଗରେ ମହିଳାଙ୍କ […]

ଭୁବନେଶ୍ୱର: ମା ସାଜିଛନ୍ତି ବିକାଶର ସାରଥୀ । ଗାଁ ଗାଁରେ ବିକାଶର ନନ୍ଦିଘୋଷ ଗଡାଇବେ ମହିଳା । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡେରେସନ । ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଦେଇଛନ୍ତି ମନ୍ତ୍ର । ଏସଏଚଜିରୁ ହେବେ ବ୍ୟବସାୟୀ। ସ୍ୱୟଂ ସହାୟକ ଗୋଷ୍ଠୀ ହେବେ SME ବା କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗୀ । ଆସନ୍ତା ୧୨ ମାସ ମଧ୍ୟରେ ରାଜ୍ୟସ୍ତରୀୟ ଫେଡରେସନ ଗଠନ ହେବ। ଏହା ଜରିଆରେ ଡିସିସନ ମେକିଙ୍ଗରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବର୍ଷ ହଜାର ହଜାର ଏସଏମ୍ଇ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମିଶନ ଶକ୍ତି ଏବେ ଅଭିଯାନ ହୋଇ ସାରିଛି । ଆଉ ଏହି ଅଭିଯାନ ଏବେ ଆଗକୁ ବଢିଚାଲିବ । ଖାସକରି ଏହି ଅଭିଯାନ ମାଧ୍ୟମରେ ମହିଳା ସଶକ୍ତିକରଣ ସବୁଠୁ ବଡ ଲକ୍ଷ୍ୟ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ପଞ୍ଚାୟତରାଜି ଜନପ୍ରତିନିଧି ଟ୍ରେନିଂ କାର୍ଯ୍ୟକ୍ରମରେ ସୁଜାତା ମିଶନ ଶକ୍ତିର ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେଇଛନ୍ତି । ଏହାଛଡା ମିଶନ ଶକ୍ତି ମହିଳା ମାନେ କିଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହାର ଉଦାହରଣ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ସୁଜାତା ।

୬୮୦୦ କୋଟି ଋଣ ମହିଳାଙ୍କ ପାଖକୁ ଯାଇଛି । ଏବର୍ଷ ୯ ହଜାର କୋଟି ପାଇଁ ଯୋଜନା କରାଯାଇଛି । ୫ ବର୍ଷରେ ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି ।

୩ ବର୍ଷରେ ତିଆରି ହେବ ୫୦୦ ମିଶନ ଶକ୍ତି ବଜାର। ବିଦେଶରେ ବି ବିକ୍ରି ହେବ ଓଡ଼ିଶା ମହିଳାଙ୍କ ଦ୍ୱାରା ତିଆରି ଉତ୍ପାଦ। ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ତିଆରି ହେବ ୫ଶହ ମିଶନ ଶକ୍ତି କାଫେ। ଲାଇନ୍ ମ୍ୟାନ ହେବେ ମିଶନ ଶକ୍ତି ମହିଳା । ଆସନ୍ତା ବର୍ଷ ଏସଏଚଜି ମହିଳାଙ୍କୁ ଲାଇନ ମ୍ୟାନ ଟ୍ରେନିଂ ଦିଆଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ।

About The Author: The Sakala