ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ସରକାରଙ୍କୁ ଅଠାକାଠିରେ ଛନ୍ଦିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର: ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ସରକାର ଆଜିଠାରୁ ବିଧାନସଭାରେ ଦେେବ ଅସଲ ପରୀକ୍ଷା । ବଜେଟ୍‌‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଅଠାକାଠିରେ ଛନ୍ଦିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ଭିନ୍ନଭିନ୍ନ ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ତଲବ କରିବାକୁ ଯୋଜନା କରିଛନ୍ତି। ସମ୍ପ୍ରତି ରାଜ୍ୟରେ ସୃଷ୍ଟି ହୋଇଥିବା ଆଳୁ ସମସ୍ୟା ସାଙ୍ଗକୁ ପିଆଜ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ଭତ୍ତା ପ୍ରତାରଣା, ସୁଭଦ୍ରା ଯୋଜନାରେ ଚଞ୍ଚକତାକୁ ନେଇ […]

ଭୁବନେଶ୍ୱର: ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ସରକାର ଆଜିଠାରୁ ବିଧାନସଭାରେ ଦେେବ ଅସଲ ପରୀକ୍ଷା । ବଜେଟ୍‌‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଅଠାକାଠିରେ ଛନ୍ଦିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ଉଭୟ ବିଜେଡି ଓ କଂଗ୍ରେସ ଭିନ୍ନଭିନ୍ନ ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ତଲବ କରିବାକୁ ଯୋଜନା କରିଛନ୍ତି। ସମ୍ପ୍ରତି ରାଜ୍ୟରେ ସୃଷ୍ଟି ହୋଇଥିବା ଆଳୁ ସମସ୍ୟା ସାଙ୍ଗକୁ ପିଆଜ, ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ଭତ୍ତା ପ୍ରତାରଣା, ସୁଭଦ୍ରା ଯୋଜନାରେ ଚଞ୍ଚକତାକୁ ନେଇ ସରକାରଙ୍କୁ ବିରୋଧୀ ଘେରିବାକୁ ଯୋଜନା କରିଛନ୍ତି। ପୁନଶ୍ଚ ଓଡ଼ିଆ ଅସ୍ମିତା ଗାଉଣା ଗାଉଥିବା ବିଜେପି ସରକାରଙ୍କ ଜଣେ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ମଧ୍ୟ ବିଧାନସଭାରେ ପୁଣି ଉଠିବ। ଏହାବ୍ୟତୀତ ପୋଲାଭରମ୍‌‌ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ଓ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରା ନ ଯିବା ମଧ୍ୟ ବିଧାନସଭାରେ ବିରୋଧୀ ଉଠାଇବେ ବୋଲି ସୂଚନା ମିଳିଛି।

ସ୍ପର୍ଶକାତର ପୋଲାଭରମ୍‌‌ ପ୍ରସଙ୍ଗ ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ ଆନ୍ଧ୍ରପ୍ରଦେଶକୁ ବିଶେଷ ଅନୁଗ୍ରହ ଯୋଗୁଁ ମାଲକାନଗିରି ଜିଲ୍ଲାର ୨୦ଟି ଗାଁ ପ୍ରକଳ୍ପ ଦ୍ୱାରା ଜଳମଗ୍ନ ହେବାକୁ ଯାଉଛି। ଓଡ଼ିଶା ପ୍ରତି ଡବଲ ଇଞ୍ଜିନ ସରକାରଙ୍କ ଏପରି ଅବିଚାରକୁ ଗୃହରେ ବିରୋଧୀ ଦୃଢ଼ ଭାବେ ଉପସ୍ଥାପନ କରିବେ ବୋଲି ଜଣେ ନେତା କହିଛନ୍ତି। ଏହାସହ ଭତ୍ତା ଯୋଜନାରେ ରାଜ୍ୟ ସରକାରଙ୍କ ଛଳନା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣାକୁ ଲୁଚାଇବା ଉଦ୍ୟମ, ଜ୍ଞାନସଂସ୍କାର କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିବା, ଆଳୁ ସଙ୍କଟ, ଆଦିବାସୀଙ୍କ ପାଇଁ ପେଶା ଆଇନ ଲାଗୁ ଦାବି ଆଦି ପ୍ରସଙ୍ଗକୁ ନେଇ ବିଧାନସଭାରେ ଗର୍ଜନ କରିବାକୁ ନିଷ୍ପ୍‌‌ତ୍ତି ନେଇଛନ୍ତି ବିରୋଧୀ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ବିଜେପିକୁ ଷଣ୍ଡୁଆସୀ ଆକ୍ରମଣ କରିଥିଲେ। ଆସନ୍ତାକାଲିଠାରୁ ରାଜ୍ୟସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ବିଧାନସଭାରେ ନିଜ ସ୍ୱର ଶାଣିତ କରିବ ବୋଲି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି। ଦଳର ଆଭିମୁଖ୍ୟ ସମ୍ପର୍କରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ ପୋଲାଭରମ୍‌‌, ସୁଭଦ୍ରା ଯୋଜନାରେ ଟାଳଟୁଳ ଏବଂ ଅସ୍ପଷ୍ଟ ନୀତି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଛି ସେନେଇ ବିଜେଡି ପ୍ରଶ୍ନ କରିବ। ପୁନଶ୍ଚ ଦରଦାମ ବୃଦ୍ଧି, ଆଳୁ ସଙ୍କଟ ପ୍ରସଙ୍ଗ ସହ ରାଜ୍ୟସ୍ୱାର୍ଥ ସମ୍ବଳିତ ଗୁଡ଼ିଏ ପ୍ରସଙ୍ଗକୁ ନେଇ ବିଜେଡି ଅଧିବେଶନରେ ଦୃଷ୍ଟି ଆକର୍ଷଣ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଅପରପକ୍ଷେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ କଂଗ୍ରେସ ବିଧାୟକମାନେ ଆଉଥରେ ଏକାଠି ହୋଇ ଦଳୀୟ ରଣନୀତି ସ୍ଥିର କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୂରଣ ହେଲାନାହିଁ। ପୋଲାଭରମ୍‌‌ ଯୋଗୁଁ ମାଲକାନଗିରି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହେବାକୁ ଯାଉଛି। ସେହିପରି ବୈଠକରେ ଆଦିବାସୀଙ୍କ ହକ୍‌‌ ପାଇଁ ପେଶା ଆଇନ କେବେ ଲାଗୁ ହେବ ସେନେଇ ଗୃହରେ କଂଗ୍ରେସ ପ୍ରଶ୍ନ କରିବ। ଅନ୍ୟତମ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟରେ ଆଳୁ ସଙ୍କଟ ଓ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗକୁ ଗୃହରେ ଉଠାଇ॥େବ ବୋଲି କହିଛନ୍ତି। ତେବେ ସଂସଦୀୟ ବ୍ୟାପର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସରକାରୀ ଦଳ ସମସ୍ତ ଆଲୋଚନାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଆମେ ଯାହା ଯାହା ପଦକ୍ଷେପ ଗ୍ରହଣ କରିଛୁ, ତାହା ଗୃହକୁ ଅବଗତ କରିବୁ। ସମସ୍ତ ଗଠନମୂଳକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଆଗତ ହେବ। ଏହାପରେ ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

About The Author: The Sakala