ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କଟକ: ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ । ଚୌଦ୍ୱାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ସ୍କୁଲ ବସ୍। ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୦ ଜଣ ଛାତ୍ରଛାତ୍ରୀ। ମଣ୍ଡାପଡ଼ା ରାସ୍ତା ପୋଟଳେଇ ନିକଟରେ ଏହି ସ୍କୁଲ୍ ବସଟି ଓଲଟି ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସ୍କୁଲ ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ […]

କଟକ: ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ । ଚୌଦ୍ୱାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ସ୍କୁଲ ବସ୍। ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୦ ଜଣ ଛାତ୍ରଛାତ୍ରୀ। ମଣ୍ଡାପଡ଼ା ରାସ୍ତା ପୋଟଳେଇ ନିକଟରେ ଏହି ସ୍କୁଲ୍ ବସଟି ଓଲଟି ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସ୍କୁଲ ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ କଟକ ଚୌଦ୍ବାର ପୋଟଲେଇ ନିକଟରେ ଘରୋଇ ସ୍କୁଲ ବସ୍‌ଟି ରାସ୍ତା କଡକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି । ବସ୍ ଭିତରେ ଫସି ରହିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି। ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ବସ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

About The Author: The Sakala