ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ପ୍ରାଥମିକ ବିଦ୍ୟାଳୟରେ ଖୋଲିବ ‘ଶିଶୁ ବାଟିକା’

ଭୁବନେଶ୍ୱର: ନୂଆ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଯାଉଛି। ଏଥିପାଇଁ ପିଲାମାନଙ୍କ ନାମଲେଖା ବୟସ ଓ ଶ୍ରେଣୀ ବିଭାଗର ଢାଞ୍ଚା ସଂପର୍କରେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷା ପଦ୍ଧତି ଅନୁସାରେ, ପ୍ରାଥମିକ ଶିକ୍ଷା ସ୍ତରରେ ପ୍ରଥମଥର ପାଇଁ ପ୍ରି-ସ୍କୁଲ୍‌ ଶିକ୍ଷା ବା ‘ଶିଶୁ ବାଟିକା’ ଖୋଲିବ। ୫ରୁ ୬ବର୍ଷ ବୟସର ପିଲାମାନେ ତହିଁରେ ନାମ ଲେଖାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି […]

ଭୁବନେଶ୍ୱର: ନୂଆ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଯାଉଛି। ଏଥିପାଇଁ ପିଲାମାନଙ୍କ ନାମଲେଖା ବୟସ ଓ ଶ୍ରେଣୀ ବିଭାଗର ଢାଞ୍ଚା ସଂପର୍କରେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷା ପଦ୍ଧତି ଅନୁସାରେ, ପ୍ରାଥମିକ ଶିକ୍ଷା ସ୍ତରରେ ପ୍ରଥମଥର ପାଇଁ ପ୍ରି-ସ୍କୁଲ୍‌ ଶିକ୍ଷା ବା ‘ଶିଶୁ ବାଟିକା’ ଖୋଲିବ। ୫ରୁ ୬ବର୍ଷ ବୟସର ପିଲାମାନେ ତହିଁରେ ନାମ ଲେଖାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷାନୀତି ଅନୁସାରେ ପିଲାଙ୍କ ନାମଲେଖା ବୟସରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ୫ ବର୍ଷ ପୂରଣ ହେଲେ ପ୍ରଥମ ଶ୍ରେଣୀରେ ନାମଲେଖା ହେଉଥିଲା। ଏଥିରେ ପରିବର୍ତ୍ତନ କରାଯାଇଛି। ୬ ବର୍ଷ ପୂରଣ ହେବା ପରେ ଯାଇ ଜଣେ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବ।

ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରେ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ। ଏନ୍‌ଇପି ଲାଗୁ ହେବା ପରେ ପାଠପଢ଼ା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଦଶମ ଓ ଦ୍ୱାଦଶ (୧୦+୨) ଶ୍ରେଣୀ ଢାଞ୍ଚାରେ ୧୮ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ ଛାତ୍ରଛାତ୍ରୀ। ଏହା ପରିବର୍ତ୍ତନ ହୋଇ ୫+୩+୩+୪ ଢାଞ୍ଚା ହେଇଛି। ଏହି ଚାରୋଟି ବର୍ଗକୁ ଯଥାକ୍ରମେ ପ୍ରାରମ୍ଭ ବା ମୌଳିକ, ପ୍ରସ୍ତୁତି, ମଧ୍ୟ ଏବଂ ମାଧ୍ୟମିକ ସ୍ତର ଭାବେ ନାମକରଣ କରାଯାଇଛି। ଛାତ୍ରଛାତ୍ରୀମାନେ ୩ ବର୍ଷରୁ ନାମ ଲେଖାଇବେ।

About The Author: The Sakala