ଆଜି ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ହେବେ ୨୭୪ ଅଧ୍ୟାପକ

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ସରକାର ଆଉ ଏକ ପାଦ ଆଗକୁ ବଢ଼଼ାଇଛନ୍ତି। ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆସନ୍ତାକାଲି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ। ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜଗୁଡ଼ିକରେ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ନିକଟରେ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ଆଜି […]

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ସରକାର ଆଉ ଏକ ପାଦ ଆଗକୁ ବଢ଼଼ାଇଛନ୍ତି। ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆସନ୍ତାକାଲି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ। ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜଗୁଡ଼ିକରେ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ନିକଟରେ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ଆଜି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ।

ନିଯୁକ୍ତି ପାଇବାକୁଥିବା ୨୭୪ ଅଧ୍ୟାପକ ରାଜନୀତି ବିଜ୍ଞାନ, ଇଂରାଜୀ ଓ ଗଣିତ ବିଭାଗରେ ଅଧ୍ୟାପକ ରହିଛନ୍ତି। ଦିଗ୍‍ଦର୍ଶନ କାର୍ଯ୍ୟକ୍ରମ ଆଜି ଅପରାହ୍ଣ ୫.୩୦ରେ ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍‍ଦର୍ଶନ ଦେବେ।

About The Author: The Sakala