ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି ହୀନ ରାଜନୀତି କରୁଛି – ସସ୍ମିତ ପାତ୍ର

ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ଘଟଣାକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଛି। ଗୁଜରାଟର ଫରେନସିକ୍ ଲାବରେଟୋରୀରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ସେହିପରି ଦିଲ୍ଲୀର ସିଏଫଏସଲ ଟିମ୍ ଦ୍ବାରା ଗୋପାଳର ମାନସିକ ପରୀକ୍ଷା ଓ ଏଲଭିଏ ଟେଷ୍ଟ କରାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର। ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଆମେରିକାର ଏଫବିଆଇର ସହାୟତା ନିଆଯାଇଛି । ଅଭିଯୁକ୍ତ ଗୋପାଳର ବିହେବରାଲ ଯାଞ୍ଚ କରିବାକୁ ସହାୟତା […]

ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ଘଟଣାକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଛି। ଗୁଜରାଟର ଫରେନସିକ୍ ଲାବରେଟୋରୀରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ସେହିପରି ଦିଲ୍ଲୀର ସିଏଫଏସଲ ଟିମ୍ ଦ୍ବାରା ଗୋପାଳର ମାନସିକ ପରୀକ୍ଷା ଓ ଏଲଭିଏ ଟେଷ୍ଟ କରାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର। ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଆମେରିକାର ଏଫବିଆଇର ସହାୟତା ନିଆଯାଇଛି । ଅଭିଯୁକ୍ତ ଗୋପାଳର ବିହେବରାଲ ଯାଞ୍ଚ କରିବାକୁ ସହାୟତା ଲୋଡାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ଅନ୍ୟପଟେ ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ହେଲେ ରାଜ୍ୟ ବିଜେପି ଏନେଇ ହୀନ ରାଜନୀତି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

About The Author: The Sakala