ସମ୍ବଲପୁର: ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ। ଚଢଉ ସମୟରେ ମୋଟ ୧୪ ଜଣଙ୍କୁ ଗିରଫ କରିଛି ପୁଲିସ। ସହରରେ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ସ୍ୱତନ୍ତ୍ର ପୁଲିସ ଟିମ୍ ଚଢାଉ ଆରମ୍ଭ କରିଥିଲା ।
ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ପରିମାଣର ନଗଦ ଟଙ୍କା, ଏକାଧିକ ମୋବାଇଲ ଫୋନ, କାଲକୁଲେଟର ଆଦି ଜବତ କରାଯାଇଛି । ତେବେ ଜୁଆଖେଳର ମାଷ୍ଟରମାଇଣ୍ଡ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ସମ୍ବଲପୁର ଟାଉନ ଥାନା, ଧନୁପାଲି ଥାନା ଏବଂ ଅଇଁଠାପାଲି ଥାନାରେ ମୋଟ ୭ଟି ମାମଲା ରୁଜ୍ଜୁ କରାଯାଇଛି ।