ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଆଜି ଲିକ୍ ହେଲା ପ୍ରଶ୍ନପତ୍ର, ବାତିଲ ହେଲା ପରୀକ୍ଷା

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଶୁକ୍ରବାର ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସୂଚନା ମିଳିଛି । ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପେପର-୨ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଥିଲା। ହେଲେ ତାହା ହିଁ ଅରିଜିନାଲ ପ୍ରଶ୍ନପତ୍ର ବୋଲି ଜଣା ନ ଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଦିନ ୧୦ଟାରେ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ସେଟ୍‌କୁ […]

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଶୁକ୍ରବାର ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସୂଚନା ମିଳିଛି । ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପେପର-୨ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଥିଲା। ହେଲେ ତାହା ହିଁ ଅରିଜିନାଲ ପ୍ରଶ୍ନପତ୍ର ବୋଲି ଜଣା ନ ଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଦିନ ୧୦ଟାରେ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ସେଟ୍‌କୁ ଖୋଲା ଯାଇଥିଲା। ତାହାକୁ ଭାଇରାଲ ପ୍ରଶ୍ନପତ୍ର ସହ ମେଳ କରାଯିବାରୁ ତାହା ପୂରାପୂରି ସମାନ ବୋଲି ଜଣାଯାଇଛି। ଏନେଇ ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ ନିଜେ ସ୍ବୀକାର କରିଛନ୍ତି। ତେଣୁ ତୁରନ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏହି ପରୀକ୍ଷା ପୁଣି କେବେ ହେବ ତାହା ସ୍ଥିର ହୋଇପାରି ନାହିଁ। ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

ସୂଚନା ଅନୁଯାୟୀ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଗୁରୁବାର ବାତିଲ ହୋଇଥିବା ଏଜୁକେସନ୍ କୋର୍-୧୪ ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏନେଇ ନୋଟିସ୍ ଜାରି କରିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ନୋଟିସ୍ ମାଧ୍ୟମରେ ୨୦୫ଟି କଲେଜର ପ୍ରିନ୍ସିପାଲମାନଙ୍କୁ ଅବଗତ କରାଯାଇଛି । ୧୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଦିନ ୧୦ଟାରୁ ୧ଟା ସମୟ ନିର୍ଘଣ୍ଟ କରାଯାଇଛି ।

 

About The Author: The Sakala