ପ୍ରଣବ ଦାସଙ୍କୁ ଭୋଟ୍‌ ଦେବାକୁ ସମ୍ବଲପୁର ଲୋକଙ୍କୁ ସମ୍ବଲପୁରୀ ଭାଷାରେ ଅନୁରୋଧ କଲେ ନବୀନ

ଭୁବନେଶ୍ବର : ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମ୍ବଲପୁରୀ ଭାଷାରେ ସମ୍ବଲପୁର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କର୍ ଆଶୀର୍ବାଦ୍ ଲାଗି ତାହାଙ୍କୁ ମନ୍ ଭିତରୁ ବହୁତ୍ ବହୁତ୍ ଧନ୍ୟବାଦ୍। ତାଙ୍କର୍ ସପନ୍ ଇଥର ନିଶ୍ଚେ ସାକାର୍ […]

ଭୁବନେଶ୍ବର : ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମ୍ବଲପୁରୀ ଭାଷାରେ ସମ୍ବଲପୁର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।


ନବୀନ ପଟ୍ଟନାୟକ କହିଛନ୍ତି ‘ମାଆ ସମଲାଇ ମନ୍ଦିର ରୂପାନ୍ତରଣରେ ବବି ବାବୁଙ୍କର ଅବଦାନ ରହିଛି। ଏବେ ତାଙ୍କୁ ମା ସମଲେଇ ସେହି ଅଞ୍ଚଳର ସେବା କରିବା ଲାଗି ସୁଯୋଗ ଦେଇଛନ୍ତି। ସେ ଆପଣଙ୍କ ସହ ସବୁବେଳେ ରହିବେ। ସମ୍ବଲପୁରର ଉନ୍ନତି କରିବେ। ଏଣୁ ଆପଣମାନେ ପ୍ରଣବ ପ୍ରକାଶ ଦାସଙ୍କୁ ଆଶିର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

About The Author: The Sakala