ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସୋମବାର ଅଗ୍ନିକାଣ୍ଡ ଘଟିଛି। ଡାକ୍ତର ବିଶ୍ରାମକକ୍ଷ ଏବଂ ମାଆ ଓ ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା ଉଦ୍ଯମ ଜାରି ରଖିଛନ୍ତି। ରୋଗୀଙ୍କୁ ଉକ୍ତ ୱାର୍ଡରୁ ଅନ୍ଯ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।
ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଅଗ୍ନିକାଣ୍ଡ