ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍, ମୋଟ୍ ୧୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢି ଚାଲିଥିବାବେଳେ ଆଜି ପୁଣି ଆଉ ୪ ଟି ସ୍ଲୁଇସ୍ ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ବାମ ପାର୍ଶ୍ବର ୮ ଟି ଏବଂ ଡାହାଣ ପାର୍ଶ୍ବର ୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସେପଟେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ […]

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢି ଚାଲିଥିବାବେଳେ ଆଜି ପୁଣି ଆଉ ୪ ଟି ସ୍ଲୁଇସ୍ ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ବାମ ପାର୍ଶ୍ବର ୮ ଟି ଏବଂ ଡାହାଣ ପାର୍ଶ୍ବର ୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସେପଟେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ  ୧ ଲକ୍ଷ ୫୮ ହଜାର ଘନଫୁଟ ଜଳ ନିଷ୍କାସନ କରାଯାଉଛି । ଡ୍ୟାମର ଜଳସ୍ତର ୬୧୪.୦୪ ଫୁଟରେ ପହଞ୍ଚିଛି।

 

 

About The Author: The Sakala