ଆସନ୍ତାକାଲିଠୁ ଖୋଲିବ ସମଲେଶ୍ବରୀ ମନ୍ଦିର, ଦୁଇଟି ପର୍ଯ୍ୟାୟରେ ଦର୍ଶନ କରିବେ ଭକ୍ତ

ସମ୍ବଲପୁର : ଆସନ୍ତାକାଲିଠୁ ଖୋଲିବ ମା’ ସମଲେଶ୍ବରୀ ମନ୍ଦିର। କୋଭିଡ କଟକଣା ଭିତରେ ଖୋଲିବ ମନ୍ଦିର। ଦୁଇଟି ପର୍ଯ୍ୟାୟରେ ମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ । ପ୍ରଥମ ପର୍ଯ୍ୟାୟରେ ସକାଳ ୬ ଟାରୁ ୧୧.୩୦ ଖୋଲିବାକୁ ଥିବାବେଳେ ଦ୍ବିତୀୟ ପର୍ରେଯ୍ୟାୟରେ ଅପରାହ୍ଣ ୧ଟାରୁ ସଂଧ୍ୟା ୭.୩୦ ଯାଏ ଖୋଲିବ ମନ୍ଦିର। ରାଜ୍ୟରେ କରୋନା ମାମଲ ସହ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କାରଣରୁ ବନ୍ଦ ରହିଥିଲା ମନ୍ଦିର। ବର୍ତ୍ତମାନ ରାଜ୍ୟରେ […]

ସମ୍ବଲପୁର : ଆସନ୍ତାକାଲିଠୁ ଖୋଲିବ ମା’ ସମଲେଶ୍ବରୀ ମନ୍ଦିର। କୋଭିଡ କଟକଣା ଭିତରେ ଖୋଲିବ ମନ୍ଦିର। ଦୁଇଟି ପର୍ଯ୍ୟାୟରେ ମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ । ପ୍ରଥମ ପର୍ଯ୍ୟାୟରେ ସକାଳ ୬ ଟାରୁ ୧୧.୩୦ ଖୋଲିବାକୁ ଥିବାବେଳେ ଦ୍ବିତୀୟ ପର୍ରେଯ୍ୟାୟରେ ଅପରାହ୍ଣ ୧ଟାରୁ ସଂଧ୍ୟା ୭.୩୦ ଯାଏ ଖୋଲିବ ମନ୍ଦିର।

ରାଜ୍ୟରେ କରୋନା ମାମଲ ସହ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କାରଣରୁ ବନ୍ଦ ରହିଥିଲା ମନ୍ଦିର। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ପାଇବା କାରଣରୁ ମନ୍ଦିର ପୁଣିଥରେ ଖୋଲାଯାଉଛି। କିନ୍ତୁ ଭକ୍ତମାନେ କୋଭିଡ କଟକଣା ମାନି ଦର୍ଶନ ପାଇଁ ଅନୁମିତ ଦିଆଯାଇଛି।

About The Author: The Sakala