ଆଜି ପବିତ୍ର ଗୁରୁଦିବସ ଅବସରରେ ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ସମ୍ମାନୀତ ହେବେ ଗୁରୁ

ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା […]

ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ‘ଗୁରୁବ୍ରହ୍ମା ସମ୍ମାନ’। ଆଜି ଅପରାହ୍ମ ୩ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏହି ସମ୍ମାନୀତ କାର୍ଯ୍ୟକ୍ରମର ସିଧାପ୍ରସାରଣ ନନ୍ଦିଘୋଷ ଟିଭିରେ ହେବ ।

ଆମ ଜୀବନରେ ଗୁରୁଙ୍କର ଭୂମିକା ସର୍ବାଗ୍ରେ ରହିଥାଏ। ସେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆମକୁ ଜ୍ଞାନ ରୂପକ ଆଲୋକ ସହ ପରିଚିତ କରାଇଥାନ୍ତି। କେବେ କଠୋର ଅନୁଶାସନ ତ ପୁଣି କେବେ ଗୁରୁଙ୍କ ପ୍ରେରଣାଦାୟୀ ବାର୍ତ୍ତା ବ୍ୟକ୍ତିକୁ ସାଧାରଣରୁ ଅସାଧାରଣ କରି ଗଢ଼ିତୋଳିଥାଏ। ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଆମକୁ ସଫଳ କରାଇଥାଏ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ୧୯୮୮ ମସିହା ସେପଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସର ମାନ୍ୟତା ମିଳିଛି।

About The Author: The Sakala