ଟ୍ରାଏଲ ରନରେ ଆରମ୍ଭ ହେଲା ‘ସଫା’ ଆପ୍‍ , ଘରେ ଘରେ ଲାଗିବ କ୍ୟୁଆର କୋଡ଼

ଭୁବନେଶ୍ବର: ବିଏମସି ପକ୍ଷରୁ ଟ୍ରାଏଲ ରନରେ ଆରମ୍ଭ ହେଲା ‘ସଫା’ ଆପ୍‍ ।  ସ୍ଵଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବ ଏହି ଆପ । ଘରେ ଘରେ ଲାଗିବ କ୍ୟୁଆର କୋଡ଼ ।  ପୂର୍ବରୁ ଅଳିଆ ଗାଡି ବା ମୁଁ ସଫେଇବାଲା ଗାଡିକୁ ଟ୍ରାକିଂ କରିବ ଜିପିଏସ। ପ୍ରଥମେ ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ୟୁନିଟ-୧ ସରକାରୀ କଲୋନିରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏହି ‘ସଫା’ ଆପ୍‍ । ପର୍ଯ୍ୟାୟ କ୍ରମେ ଭୁବନେଶ୍ୱର […]

ଭୁବନେଶ୍ବର: ବିଏମସି ପକ୍ଷରୁ ଟ୍ରାଏଲ ରନରେ ଆରମ୍ଭ ହେଲା ‘ସଫା’ ଆପ୍‍ ।  ସ୍ଵଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବ ଏହି ଆପ । ଘରେ ଘରେ ଲାଗିବ କ୍ୟୁଆର କୋଡ଼ ।  ପୂର୍ବରୁ ଅଳିଆ ଗାଡି ବା ମୁଁ ସଫେଇବାଲା ଗାଡିକୁ ଟ୍ରାକିଂ କରିବ ଜିପିଏସ। ପ୍ରଥମେ ୱାର୍ଡ ନମ୍ବର ୪୦ ଅନ୍ତର୍ଗତ ୟୁନିଟ-୧ ସରକାରୀ କଲୋନିରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏହି ‘ସଫା’ ଆପ୍‍ । ପର୍ଯ୍ୟାୟ କ୍ରମେ ଭୁବନେଶ୍ୱର ସହରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ କ୍ୟୁଆର କୋଡ଼ ।  ବିଏମସିର ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା, ଅଭିଯୋଗ କରିବା ମଧ୍ୟ ଏହି ଆପ ଜରିଆରେ ହୋଇପାରିବ।  ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଏହି ‘ସଫା’ ଆପ୍‍ ଶୁଭାରମ୍ଭ ହୋଇଛି।

ବିଏମସି ପକ୍ଷରୁ କରାଯାଇଥିବା ‘ସଫା’ ଆପ୍‍ ରେ ‘କ୍ଲିକ୍‍ ଫର କ୍ଲିନ୍‍’ ଥିମ୍‍ ରହିଛି। ଏହି ଆପ୍‍ ରେ ଲୋକମାନେ ସେସ୍‍ପୁଲ୍‍ ଗାଡ଼ି ବୁକ୍‍ କରିପାରିବାର ବ୍ୟବସ୍ଥା ରହିଛି। ଯେଉଁମାନେ ବିବାହ ବ୍ରତ ଉତ୍ସବ ଆଦି କରୁଛନ୍ତି, ସେମାନେ ଆପ୍‍ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍‍ କରିପାରିବେ। ଅନେକ ସ୍ଥାନରେ ଲୋକମାନେ ନିଜର ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ ବାହାରକୁ ନେବା ପାଇଁ ହଇରାଣ ହେଉଛନ୍ତି। ଏହି ଆପ୍‍ ସାହାଯ୍ୟରେ ସେମାନେ ଗାଡ଼ି ବୁକିଂ କରି ଅର୍ଥ ପୈଠ କରିପାରିବେ। ଏହି ବ୍ୟବସ୍ଥା ସହିତ ସଫେଇ ସମ୍ପର୍କିତ ସବୁ ପ୍ରକାର ସୁବିଧା ଏଥିରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି।

About The Author: The Sakala