“ବାହା ହେବା ପାଇଁ ରାସ୍ତା ମରାମତି” କନିଆ ଘରର ଏକ ନିଆରା ସର୍ତ୍ତ

ତୋଟାପଡା/ବାଲେଶ୍ୱର : ବର୍ତମାନ ସମୟରେ ପ୍ରତ୍ୟେକ ଦିନ କରୋନା ମହାମାରୀ ପାଇଁ ଭିନ୍ନ ଭିନ୍ନ ରୋଚକ ଏବଂ ସମାଜ ଉପଯୋଗୀ ଖବର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି | ସେହି ଭଳି ଏକ ଖବର ଆସିଛି ବାଲେଶ୍ୱର ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଁଳା ପଂଚାୟତ ଅଧିନସ୍ଥ ତେନ୍ତୁଳିଗାଁ ଗ୍ରାମରୁ | P. W. D. ରାସ୍ତା ରୁ ଅନତି ଦୂରରେ ଥିବା ତେନ୍ତୁଳିଗାଁ କୁ ସ୍ୱାଧୀନତାର 74ବର୍ଷ ପରେ ମଧ୍ୟ ରାସ୍ତା ଖଣ୍ଡେ ନାହିଁ, […]

ତୋଟାପଡା/ବାଲେଶ୍ୱର : ବର୍ତମାନ ସମୟରେ ପ୍ରତ୍ୟେକ ଦିନ କରୋନା ମହାମାରୀ ପାଇଁ ଭିନ୍ନ ଭିନ୍ନ ରୋଚକ ଏବଂ ସମାଜ ଉପଯୋଗୀ ଖବର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି | ସେହି ଭଳି ଏକ ଖବର ଆସିଛି ବାଲେଶ୍ୱର ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଁଳା ପଂଚାୟତ ଅଧିନସ୍ଥ ତେନ୍ତୁଳିଗାଁ ଗ୍ରାମରୁ | P. W. D. ରାସ୍ତା ରୁ ଅନତି ଦୂରରେ ଥିବା ତେନ୍ତୁଳିଗାଁ କୁ ସ୍ୱାଧୀନତାର 74ବର୍ଷ ପରେ ମଧ୍ୟ ରାସ୍ତା ଖଣ୍ଡେ ନାହିଁ, ଏବେ ଏଠାରେ ଏଭଳି ଏକ ସମସ୍ୟା ଉପୁଜିଛି ଯାହା କୌତୁହଳ ବିଷୟ ସହିତ ଚିନ୍ତାର କାରଣ ମଧ୍ୟ ହେଇଛି | ପରିସ୍ଥିତି ଏପରି ହେଇଛି ଯେ ଅଭିନନ୍ଦନ ମନ୍ତ୍ରୀ ବୋଲି ଜଣେ ଯୁବକଙ୍କୁ କିଛି ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ କରିବାକୁ ପଡିଛି | କିଛି ଦିନ ତଳେ ଅଭିନନ୍ଦନଙ୍କ ବିଭାଘର ଧାର୍ଯ୍ୟ କରିବା ପାଇଁ କନିଆ ଘରୁ କିଛି ଲୋକ ତେନ୍ତୁଳିଗାଁ ଗ୍ରାମକୁ ଆସିଥିବା ବେଳେ ରାସ୍ତାର ଅବସ୍ଥା ଦେଖି ବର ପକ୍ଷକୁ ରାସ୍ତାର ଅବସ୍ଥା ଠିକ କଲେ ଆମ୍ଭେ ଝିଅ ଦେବୁ ବୋଲି ରୋକ ଠକ ସର୍ତ୍ତ ରଖିଥିଲେ | ସର୍ତ୍ତକୁ ପୂରଣ କରିବା ପାଇଁ ସହମତି ହବା ପରେ କନିଆ ଘର ପକ୍ଷ ବିବାହ ପ୍ରସ୍ତାବ ରେ ରାଜି ବୋଲି ସହମତି ପ୍ରକାଶ କରିଥିଲେ| ତେଣୁ ସର୍ତ୍ତ ପୂରଣ ପାଇଁ ଆଜି ସକାଳୁ ଅଭିନନ୍ଦନଙ୍କ ପରିବାର କୋରନା ମହାମାରୀ ସମୟରେ ଆର୍ଥିକ ଅବସ୍ଥା ଠିକ ନଥାଇ ମଧ୍ୟ ନିଜ ହାତରୁ ଅର୍ଥ ଖର୍ଚ କରି ଗାଁ ରାସ୍ତାଟିକୁ ମରାମତି କରିଛନ୍ତି | ଉପରୋକ୍ତ ବିଷୟଟି ବର୍ତମାନ ସାଧାରଣ ମହଲରେ ଚର୍ଚ୍ଚା ଏବଂ କୌତୁହଳର ବିଷୟ ପାଲଟିଛି |

About The Author: The Sakala