ଆର୍‌ଆଇ, ଅମିନ ପ୍ରିଲିମ୍‌ସ ଅକ୍ଟୋବର ୮ରୁ

ଭୁବନେଶ୍ୱର: ବାତିଲ୍‌ ହୋଇଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ପୁଣିଥରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। କମ୍ପ୍ୟୁଟର୍‌ ବେସଡ୍‌ ନିଯୁକ୍ତି ପରୀକ୍ଷା(ସିବିଆର୍‌ଇ) ମାଧ୍ୟମରେ ଆଶାୟୀମାନେ ପରୀକ୍ଷା ଦେବେ। ନଭେମ୍ବେର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ପରୀକ୍ଷା ହେବ। ଏଥିପାଇଁ ନର୍ମାଲାଇଜେସନ୍‌ ପ୍ରକ୍ରିୟା ଆପଣାଯିବ। ଏହାସହ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଯେଉଁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ନାହିଁ, ସେହି ଜିଲ୍ଲାର ପିଲାମାନେ ଆବେଦନ […]

ଭୁବନେଶ୍ୱର: ବାତିଲ୍‌ ହୋଇଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ପୁଣିଥରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। କମ୍ପ୍ୟୁଟର୍‌ ବେସଡ୍‌ ନିଯୁକ୍ତି ପରୀକ୍ଷା(ସିବିଆର୍‌ଇ) ମାଧ୍ୟମରେ ଆଶାୟୀମାନେ ପରୀକ୍ଷା ଦେବେ। ନଭେମ୍ବେର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ପରୀକ୍ଷା ହେବ। ଏଥିପାଇଁ ନର୍ମାଲାଇଜେସନ୍‌ ପ୍ରକ୍ରିୟା ଆପଣାଯିବ। ଏହାସହ ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଯେଉଁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ନାହିଁ, ସେହି ଜିଲ୍ଲାର ପିଲାମାନେ ଆବେଦନ ସମୟରେ ଆଗ୍ରାଧିକାର ଦେଇଥିବା ଜିଲ୍ଲାରେ ପରୀକ୍ଷା ଦେବେ। ପରବର୍ତ୍ତୀ ସମୟରେ ଆଡମିଟ୍‌ କାର୍ଡ ପ୍ରକାଶ ପାଇବ ବୋଲି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ହୋଇଥିବା ପ୍ରଲିମିନାରୀ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଥିଲା। ମୋଟ୍‌ ପଦର ୫ ଗୁଣା ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷାକୁ ଉତ୍ତୀର୍ଣ୍ଣ ହେବାର ନିୟମ ଥିବାରୁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଥିଲା। ଫଳରେ ସରକାର ପ୍ରିଲିମିନାରୀ ପରୀକ୍ଷାଫଳକୁ ରଦ୍ଦ କରିବା ସହ ପୁଣିଥରେ ନୂତନ ଭାବେ ପରୀକ୍ଷା କରିବାକୁ ଉଚ୍ଚ ନ୍ୟାୟାଳୟକୁ ଅବଗତ କରିଥିଲେ।

About The Author: The Sakala