ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ପୁରୀ: ପୁରୀ ସହରରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଚିହ୍ନଟ ହୋଇଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ପୁରୀ ବେଳାଭୂମି ନିକଟ ୧୧ ନଂ ଓ୍ୱାର୍ଡରେ ଥିବା ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ହୋଟେଲ୍‌ର ୨ କର୍ମଚାରୀ ଓ ଜଣେ ବଙ୍ଗୀୟ ପର୍ଯ୍ଯଟକ ଅଛନ୍ତି । ଏହି ୩ ଜଣଙ୍କ ସାମ୍ପଲ ଜିନମ ସିକ୍ୟୁଏନ୍ସିଂ […]

ପୁରୀ: ପୁରୀ ସହରରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଚିହ୍ନଟ ହୋଇଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ପୁରୀ ବେଳାଭୂମି ନିକଟ ୧୧ ନଂ ଓ୍ୱାର୍ଡରେ ଥିବା ଏକ ହୋଟେଲରୁ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ହୋଟେଲ୍‌ର ୨ କର୍ମଚାରୀ ଓ ଜଣେ ବଙ୍ଗୀୟ ପର୍ଯ୍ଯଟକ ଅଛନ୍ତି । ଏହି ୩ ଜଣଙ୍କ ସାମ୍ପଲ ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଏହା ଉପରେ ତୀକ୍ଷଣ ନଜର ରଖିଥିଲା ପ୍ରଶାସନ । ସେମାନେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ସମ୍ପୃକ୍ତ ହୋଟେଲ ନିକଟସ୍ଥ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ବାହାରର କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ। ଦୋକାନବଜାର ବି ବନ୍ଦ ରହିବ । ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ ପ୍ରଶାସନ ପହଞ୍ଚାଇବ।

About The Author: The Sakala