ଭୁବନେଶ୍ୱର: ଆଉଟସୋର୍ସିଂ ନିଯୁକ୍ତି କ୍ଷେତ୍ରରେ ଏଣିକି ଅର୍ଥ ବିଭାଗର ଅନୁମତି ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏ ସଂକ୍ରାନ୍ତରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ନୂଆ କରି ଆଉଟସୋର୍ସିଂ ନିଯୁକ୍ତି ଆରମ୍ଭ କରିବା ପୂର୍ବରୁ ଔପଚାରିକ ଅନୁମତି ନେବା ଆବଶ୍ୟକ। ପୂର୍ବରୁ ଅନୁମୋଦିତ ପଦବୀଗୁଡ଼ିକର ନବୀକରଣ ପାଇଁ ମଧ୍ୟ ଏହି ଅନୁମୋଦନ ଆବଶ୍ୟକ ହେବ। ଯଦି କୌଣସି ବିଭାଗରେ ପୂର୍ବ ଅନୁମୋଦନ ଥାଏ, ତେବେ ଚୁକ୍ତି ଅବଧି ଶେଷରେ ନବୀକରଣ ପାଇଁ ନୂଆ ଅନୁମତି ନେବାକୁ ପଡ଼ିବ। ପ୍ରାରମ୍ଭିକ ଅନୁମୋଦିତ ସଂଖ୍ୟାଠାରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ମଧ୍ୟ ଅତିରିକ୍ତ ଅନୁମୋଦନ ଦରକାର ବୋଲି ଚିଠିରେ କୁହାଯାଇଛି। ସମସ୍ତ ବିଭାଗକୁ ତୁରନ୍ତ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ରାଜ୍ୟରେ ବିଭିନ୍ନ ସରାକରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ଉପରେ ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।
ଆଉଟ୍ସୋର୍ସିଂ ନିଯୁକ୍ତିରେ କଟକଣା, ଅର୍ଥ ବିଭାଗର ଅନୁମତି ବିନା ହୋଇପାରିବନି ନିଯୁକ୍ତି..
ଭୁବନେଶ୍ୱର: ଆଉଟସୋର୍ସିଂ ନିଯୁକ୍ତି କ୍ଷେତ୍ରରେ ଏଣିକି ଅର୍ଥ ବିଭାଗର ଅନୁମତି ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏ ସଂକ୍ରାନ୍ତରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ନୂଆ କରି ଆଉଟସୋର୍ସିଂ ନିଯୁକ୍ତି ଆରମ୍ଭ କରିବା ପୂର୍ବରୁ ଔପଚାରିକ ଅନୁମତି ନେବା ଆବଶ୍ୟକ। ପୂର୍ବରୁ ଅନୁମୋଦିତ ପଦବୀଗୁଡ଼ିକର ନବୀକରଣ ପାଇଁ ମଧ୍ୟ ଏହି ଅନୁମୋଦନ ଆବଶ୍ୟକ ହେବ। ଯଦି କୌଣସି ବିଭାଗରେ ପୂର୍ବ ଅନୁମୋଦନ ଥାଏ, ତେବେ […]