କଟକ: ୧୪୪ ଜାରି ହୋଇଥିବାରୁ ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ ରହିବ। ଧବଳେଶ୍ୱରକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।
ସୂଚନା ଅନୁଯାୟୀ, ଗତକାଲି ଝୁଲାପୋଲ ମରାମତି ପାଇଁ ଧବଳେଶ୍ୱର ପୀଠରେ ଜାରି ହୋଇଥିଲା ୧୪୪ ଧାରା । ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଜାରି ହୋଇଥିଲା କଟକଣା । ଏହାସହ ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଶାସନ।