ଗାଧୋଇବାବେଳେ ବଂଶଧାରା ନଦୀରେ ଭାସି ୨ ଶିଶୁ ନିଖୋଜ

ଗୁଣପୁର: ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ୨ ଶିଶୁ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୋଲା ଶୈବପୀଠରେ ଆଜି ଅଭାବନୀୟ ଘଟଣା ଘଟିଛି। ବଂଶଧାରା ନଦୀ ପାଣି ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି ଦୁଇଜଣ । ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ (ବୟସ ୯) ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ (ବୟସ ୧୦) ରହିଥିବା ସୁଚନା। ଦୁଇ ଜଣକ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରିରାମପୁର ଗ୍ରାମ ବୋଲି […]

ଗୁଣପୁର: ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ୨ ଶିଶୁ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୋଲା ଶୈବପୀଠରେ ଆଜି ଅଭାବନୀୟ ଘଟଣା ଘଟିଛି। ବଂଶଧାରା ନଦୀ ପାଣି ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି ଦୁଇଜଣ । ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ (ବୟସ ୯) ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ (ବୟସ ୧୦) ରହିଥିବା ସୁଚନା। ଦୁଇ ଜଣକ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରିରାମପୁର ଗ୍ରାମ ବୋଲି ଜଣାପଡିଛି। ଦୁଇଜଣଙ୍କୁ ଠାବ କରିବାକୁ ସ୍ଥାନୀୟଲୋକଙ୍କ ସହ ଚନ୍ଦ୍ରପୁର ଦମକଳ ବାହିନୀ ଉଦ୍ୟମ କରିଥିଲେ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରିନାହିଁ।

About The Author: The Sakala