ଏ ଯୁଗର ଶ୍ରବଣ କୁମାର: ମା’ର ଶେଷ ଇଛା ପୂରଣ ପାଇଁ ଭାରରେ ବୋହି ମହାପ୍ରଭୁଙ୍କ ଦର୍ଶନ କରାଇଲା ପୁଅ

ପୁରୀ: ଏଯୁଗର ଶ୍ରବଣ କୁମାର । ମା’ର ଶେଷ ଇଛା ରଖିବାକୁ କାନ୍ଧରେ କଟକରୁ ପୁରୀ ଭାର କରି ବୋହି ଆଣିଛି ପୁଅ । ପୂରଣ କରିଛି ବୃଦ୍ଧା ମାଆର ଶେଷ ଇଛା । ଶ୍ରୀମନ୍ଦିର ସିଂହଦ୍ଵାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ସାରଦା ବେହେରାଙ୍କୁ ତାଙ୍କ ପୁଅ ଭାରରେ ବୋହି ଆଣି ଆଜି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମାଆର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ […]

ପୁରୀ: ଏଯୁଗର ଶ୍ରବଣ କୁମାର । ମା’ର ଶେଷ ଇଛା ରଖିବାକୁ କାନ୍ଧରେ କଟକରୁ ପୁରୀ ଭାର କରି ବୋହି ଆଣିଛି ପୁଅ । ପୂରଣ କରିଛି ବୃଦ୍ଧା ମାଆର ଶେଷ ଇଛା । ଶ୍ରୀମନ୍ଦିର ସିଂହଦ୍ଵାରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କଟକ ପାଟସୁନ୍ଦରପୁର ଅଞ୍ଚଳର ବୃଦ୍ଧା ସାରଦା ବେହେରାଙ୍କୁ ତାଙ୍କ ପୁଅ ଭାରରେ ବୋହି ଆଣି ଆଜି ମହାପ୍ରଭୁଙ୍କ ଦର୍ଶନ କରାଇଛନ୍ତି। ମାଆର ଶେଷ ଇଛା ପୂରଣ କରି ସେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିବା ସାରଦା ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ନିଜ ପୁଅକୁ କହିଥିଲେ। ତେବେ କାଳିଆର ଡୋରି ଆଜି ତାଙ୍କୁ ପୁରୀ ଟାଣି ଆଣିଥିଲା। ସବୁ କଷ୍ଟ ଭୁଲି ମାଆଙ୍କୁ ବୋଝରେ ବୋହି ସିଂହଦ୍ଵାର ପାଖକୁ ଆଣିଥିଲେ ପୁଅ।

ସେଠାରେ କାର୍ଯ୍ଯରତ ଥିବା ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ୱାଇଁ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିବା ବେଳେ ଯୋଗେଶ ନିଜେ କାନ୍ଧ ଲଗାଇ ବୋଝ ସାହାଯ୍ୟରେ ବୃଦ୍ଧା ମାଆଙ୍କୁ ସିଂହଦ୍ଵାର ପାଖକୁ ନେଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର କର୍ମଚାରୀ ମାନେ ମଧ୍ୟ ବୃଦ୍ଧା ମାଆଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ଜଗା ଦର୍ଶନ କରି ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା ବୋଲି ସାରଦା କହିଥିଲେ। ତେବେ ଜଣେ ବୃଦ୍ଧ ମାଆଙ୍କୁ ପୁଅ କାନ୍ଧରେ ନେଉଥିବା ଦେଖି, ଭକ୍ତ କହୁଥିଲେ । ହେଇ ଦେଖ ଆସୁଛି ଏଯୁଗର ଶ୍ରବଣ କୁମାର।

ପୁଅର କାନ୍ଧରେ ପ୍ରାଣର ଠାକୁରକୁ ଦର୍ଶନ । କଥାରେ ଅଛି ଲକ୍ଷେ ଶିବ ପୂଜି ପାଇଛି ପୁଅ । ପୁଅ ତ ଶ୍ରବଣ କୁମାର ଭଳି ହେବା ଦରକାର। ପିତା-ମାତାଙ୍କ ବୃଦ୍ଧାବସ୍ଥାରେ ସେମାନଙ୍କ ଶେଷ ଇଛା ପୂରଣ କରିବାର କର୍ତ୍ତବ୍ୟ ନିଭାଇବା ଦରକାର । ସେ ଯେତେ କଷ୍ଟ ହେଉନା । ଆଉ ଏଭଳି ପୁଅକୁ ପାଇ ଶେଷ ସମୟରେ ବାପା-ମାଆ ବି ସାର୍ଥକ ଲାଭ କରୁଥିବେ । ଏ ଦୃଶ୍ୟ ତ ବର୍ତ୍ତମାନ ପିଢୀକୁ ଅଡୁଆ ଲାଗୁଥିବ । ଚାକଚକ୍ୟ ଜୀବନରେ ବୃଦ୍ଧ ପିତା-ମାତାଙ୍କୁ କିଏ ପଚାରେ ? କାଳେ ଘର ଅସନା କରିଦେବେ, ପିଲାଙ୍କୁ ପାଖରେ ରହିଲେ ଇଂଫେକ୍ସନ ହୋଇଯିବ । ସେବା କରିବାକୁ ସମୟ ଅଭାବ ପଡିବ । ସେଥିପାଇଁ ତ ଅନେକ ବୃଦ୍ଧ ପିତା-ମାତାଙ୍କ ଶେଷ ଠିକଣା ଏବେ ପାଲଟିଛି ଅନାଥ ଆଶ୍ରମ।

About The Author: The Sakala