୬୦କେଜି ଓଜନର ବାଲିକଇଁଛ ଉଦ୍ଧାର

ପୁରୀ: ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତ ବିନ୍ଧା-ରଘୁନାଥପୁର ସନ୍ନିକଟ ଦୟାନଦୀ ପଠାରୁ ସୋମବାର ଏକ ୬୦କେଜି ଓଜନର ବାଲିକଇଁଛକୁ ଗ୍ରାମବାସୀଙ୍କ ସହଯୋଗରେ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି କଇଁଛଟିର ଲମ୍ବ ୪ଫୁଟ୍‍ ୩ଇଞ୍ଚ  ହୋଇଥିବା ବେଳେ ଓସାର ୨ଫୁଟ୍‍ ରହିଛି। ଏହି ବିରାଟ କଇଁଛଟି ନଦୀଜଳରୁ ନଦୀପଠାକୁ ଉଠି ଆସିଥିବା ବେଳେ କଇଁଛଟିକୁ ବୁଲାକୁକୁର ମାନେ ଘେରି ରହିଥିଲେ। ନଦୀକୁ ଗାଧୋଇବାକୁ ଯାଇଥିବା କେତେକ ଗ୍ରାମବାସୀ ଏହାକୁ ଦେଖିବା ପରେ ସେମାନେ କଇଁଛକୁ […]

ପୁରୀ: ପିପିଲି ଥାନା ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତ ବିନ୍ଧା-ରଘୁନାଥପୁର ସନ୍ନିକଟ ଦୟାନଦୀ ପଠାରୁ ସୋମବାର ଏକ ୬୦କେଜି ଓଜନର ବାଲିକଇଁଛକୁ ଗ୍ରାମବାସୀଙ୍କ ସହଯୋଗରେ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି କଇଁଛଟିର ଲମ୍ବ ୪ଫୁଟ୍‍ ୩ଇଞ୍ଚ  ହୋଇଥିବା ବେଳେ ଓସାର ୨ଫୁଟ୍‍ ରହିଛି। ଏହି ବିରାଟ କଇଁଛଟି ନଦୀଜଳରୁ ନଦୀପଠାକୁ ଉଠି ଆସିଥିବା ବେଳେ କଇଁଛଟିକୁ ବୁଲାକୁକୁର ମାନେ ଘେରି ରହିଥିଲେ। ନଦୀକୁ ଗାଧୋଇବାକୁ ଯାଇଥିବା କେତେକ ଗ୍ରାମବାସୀ ଏହାକୁ ଦେଖିବା ପରେ ସେମାନେ କଇଁଛକୁ ଜଗି ରହିବା ସହ ଏ ସଂପର୍କରେ ବାଳକାଟି ସ୍ଥିତ ବନବିଭାଗ କାର୍ଯ୍ଯାଳୟକୁ ଖବର ଦେଇଥିଲେ। ବନବିଭାଗ ଓ ଗ୍ରାମବାସୀଙ୍କ ସହଯୋଗରେ କଇଁଛକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉକ୍ତ ବାଲିକଇଁଛକୁ ପିପିଲି ସ୍ଥିତ ପଶୁ ଡାକ୍ତରଖାନାରେ  ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ବନବିଭାଗ ପକ୍ଷରୁ କଟକ ଜୋବ୍ରା ସ୍ଥିତ ମହାନଦୀରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିବା ଜଣାପଡ଼ିଛି।

About The Author: The Sakala