ଅଦାଲତୀ ଲଢ଼େଇରେ ମହାପ୍ରଭୁଙ୍କ ବିଜୟ

ପ୍ରକଳ୍ପକୁ ରୋକିବା ପାଇଁ ଏକାଧିକ ମାମଲା କରାଗଲା। କିନ୍ତୁ କଳା ଠାକୁରଙ୍କ ଲୀଳା ବଡ଼ ବିଚିତ୍ର। ମାମଲା ଚାଲିଥିଲେ ହେଁ କୋର୍ଟ କାମ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ, ସବୁ ମାମଲା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ।’ କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅଲୌକିକ, ଅବ୍ୟକ୍ତ। ସେ ସ୍ରଷ୍ଟା, ସେ ହିଁ ସୃଷ୍ଟି। ତାଙ୍କରି ଇଚ୍ଛାରେ ଏ […]

ପ୍ରକଳ୍ପକୁ ରୋକିବା ପାଇଁ ଏକାଧିକ ମାମଲା କରାଗଲା। କିନ୍ତୁ କଳା ଠାକୁରଙ୍କ ଲୀଳା ବଡ଼ ବିଚିତ୍ର। ମାମଲା ଚାଲିଥିଲେ ହେଁ କୋର୍ଟ କାମ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ, ସବୁ ମାମଲା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।

‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ।’

କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅଲୌକିକ, ଅବ୍ୟକ୍ତ। ସେ ସ୍ରଷ୍ଟା, ସେ ହିଁ ସୃଷ୍ଟି। ତାଙ୍କରି ଇଚ୍ଛାରେ ଏ ସାରା ବ୍ରହ୍ମାଣ୍ଡ ପରିଚାଳିତ। ଯାହା କିଛି ହୋଇଛି, ହେଉଛି ଏବଂ ହେବାକୁ ଯାଉଛି, ସେସବୁ ତାଙ୍କରି ଆଜ୍ଞା। ଏ ପ୍ରଗାଢ଼ ବିଶ୍ବାସ ଓ ଅସୀମ ଭରସା କାହିଁ କେଉଁ ଯୁଗରୁ ଅକ୍ଷୁଣ୍ଣ ରହିଆସିଛି। ଅନେକବାର ପ୍ରମାଣିତ ବି ହୋଇଛି। ସେଥିମଧ୍ୟରୁ ଗୋଟିଏ ହେଲା, ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’। ଏହି ପ୍ରକଳ୍ପ ପାଇଁ ବହୁ ବାଧାବିଘ୍ନ ଆସିଥିଲେ ହେଁ ତାହା ପାଣିର ଗାର ପରି ମିଳେଇ ଯାଇଛି। ଶେଷରେ ମହାପ୍ରଭୁଙ୍କ ଆଜ୍ଞାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଏହି ପ୍ରକଳ୍ପ ସାକାର ରୂପ ନେବାକୁ ଯାଉଛି। ମହାପ୍ରଭୁଙ୍କ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଠାକୁରଙ୍କ ଆଜ୍ଞାରେ ପୁରୀକୁ ବିକାଶ ପଥରେ ଆଗେଇ ନେଉଛନ୍ତି। ଆଉ ଏଥିରେ ସାରଥି ସାଜିଛନ୍ତି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଜାନୁଆରୀ ୧୭ରେ ହେବାକୁ ଥିବା ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ପୁରପଲ୍ଲୀରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି।

ଓଡ଼ିଶା ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲେଖାଯିବାକୁ ଥିବା ଏହି ପ୍ରକଳ୍ପର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ରୂପରେଖ ପ୍ରସ୍ତୁତ ହୋଇଥିଲା ୨୦୧୯ ମସିହା ଅକ୍ଟୋବର ୧୯ରେ। ସେଦିନ ରାଜ୍ୟ କ୍ୟାବିନେଟ୍‌ରେ ଅବଢ଼ା (ଅଗମେଣ୍ଟେସନ ବେସିକ୍ ଏମିନିଟିଜ୍ ଆଣ୍ଡ୍ ଡେଭଲପମେଣ୍ଟ୍ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକଚର୍) ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେବଳ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ୩୩୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହି ବର୍ଷ ନଭେମ୍ବରରେ ସରକାର ଜମି ଅଧିଗ୍ରହଣ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ। ଡିସେମ୍ବର ୩୦ରେ ଚିଠା ପ୍ରସ୍ତାବ ଆଗତ ସହ ମତାମତ ଆହ୍ବାନ କରାଯାଇଥିଲା। ୨୦୨୧ ଜାନୁଆରି ୨୧ରେ ସାଂସ୍କୃତିକ ପରାମର୍ଶ କମିଟି ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ର ଚୂଡ଼ାନ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏହା ପରିଚାଳନା କମିଟି ଅନୁମୋଦନ ଲାଭ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା।

୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ତିନିଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଜପତି ମହାରାଜ ଦିବ୍ୟସିଂହଦେବ ଶିଳା ସ୍ଥାପନ କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୮ଟି ମଠର ମହନ୍ତ ଓ ୧୦୮ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରକଳ୍ପ କାମ ୧୮ ମାସରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ ପାଇଁ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରି ଦେଇଥିଲେ। ପାହାନ୍ତା ପ୍ରହରରୁ କାର୍ଯ୍ୟର ବାରମ୍ବାର ସମୀକ୍ଷା, ଘଟଣାସ୍ଥଳ ପରିଦର୍ଶନ କରି ପ୍ରକଳ୍ପ କାମକୁ ଆଗକୁ ନେଇଥିଲେ।

ଗୋଟିଏ ପଟେ କାମ ଆଗେଇ ଚାଲିଥିବା ବେଳେ କିଛି କୁଚକ୍ରୀ ଗୋଷ୍ଠୀ ରାଜନୈତିକ ସ୍ବାର୍ଥ ପାଇଁ ଏହାକୁ ଭଣ୍ଡୁର କରିବା ପାଇଁ କରିଥିଲେ ବଡ଼ ଷଡ଼ଯନ୍ତ୍ର। ଏହାକୁ ନେଇ କଥା ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଗଲା। ପ୍ରକଳ୍ପକୁ ବିରୋଧ କରି ପୁରୀର ଦିଲୀପ ବରାଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କଲେ। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଓ ନ୍ୟାସନାଲ ମନୁମେଣ୍ଟ ଅଥରିଟି (ଏନଏମଏ) ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣ ବେଆଇନ ଦର୍ଶାଇ ହାଇକୋର୍ଟରେ ସତ୍ୟପାଠ ଦେଲେ। ଖାଲି ସେତିକି ନୁହେଁ, ପ୍ରକଳ୍ପକୁ ରୋକିବା ପାଇଁ ଏକାଧିକ ମାମଲା କରାଗଲା। କିନ୍ତୁ କଳା ଠାକୁରଙ୍କ ଲୀଳା ବଡ଼ ବିଚିତ୍ର। ମାମଲା ଚାଲିଥିଲେ ହେଁ କୋର୍ଟ କାମ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ, ସବୁ ମାମଲା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।

୨୦୨୨ ଜୁନ୍ ୩ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ତୁରନ୍ତ ରୋକ୍ ଲଗାଇବା ପାଇଁ ଅର୍ଦ୍ଧେନ୍ଦୁ ଶେଖର ଦାସ ଓ ସୁମନ୍ତ କୁମାର ଘଡ଼େଇଙ୍କ ପକ୍ଷରୁ ଆଗତ ଦୁଇଟି ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏଭଳି ଆବେଦନକୁ ‘ତୁଚ୍ଛ’, ‘ଚପଳାମି’ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି ଅଭିହିତ କରି କୋର୍ଟ ଉଭୟ ଆବେଦନକାରୀଙ୍କୁ ଚାରି ସପ୍ତାହ ମଧ୍ୟରେ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟ ଶୁଣାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ବି.ଆର୍ ଗଭାହି ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଜନସ୍ବାର୍ଥ ମାମଲାକୁ ନାପସନ୍ଦ କରିଥିଲେ। ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରି ଖଣ୍ଡପୀଠ କହିଥିଲେ, ଏଭଳି ଜନସ୍ବାର୍ଥ ମାମଲା ଆତ୍ମପ୍ରଚାର ଓ ଆତ୍ମସ୍ବାର୍ଥ ସମ୍ବଳିତ ବୋଲି କୁହାଯାଇପାରେ। ଉନ୍ନୟନମୂଳକ କାମକୁ ବନ୍ଦ କରାଯିବା ଅନୁଚିତ। ପ୍ରକଳ୍ପକୁ ବାଧାଦେବା ଏବଂ ବନ୍ଦ କରିବା ଦ୍ୱାରା ଆବେଦନକାରୀମାନେ କେବଳ ବ୍ୟକ୍ତିଗତ ଗୌରବ ଖୋଜୁଥିଲେ। ସରକାରଙ୍କ ଦ୍ବାରା ନିର୍ମାଣାଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେବଳ ଲକ୍ଷଲକ୍ଷ ଭକ୍ତଙ୍କ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ। ଏହା ପୁରାତନ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ବସ୍ଥଳୀ ସୁରକ୍ଷା ପାଇଁ ଥିବା ଆଇନକୁ କୌଣସି ଦିଗରେ ବିରୁଦ୍ଧାଚରଣ କରୁନାହିଁ। ଏଣୁ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣରେ କୌଣସି ରୋକ୍ ଲଗାଇବାର ଯଥାର୍ଥ କାରଣ ଉପୁଜୁନାହିଁ ବୋଲି କୋର୍ଟ ରାୟ ଦେଇଥିଲେ।

ଏହାପରେ ୨୦୨୨ ଜୁନ୍ ୨୨ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସୁପ୍ରିମକୋର୍ଟ ଏହି ପ୍ରସଂଗରେ ଶୁଣାଣି କରି ରାୟ ପ୍ରକାଶ କରି ସାରିଥିବାରୁ ହାଇକୋର୍ଟରେ ଆଉ ଏ ସଂପର୍କିତ ମାମଲାର ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଂଗକୁ ନେଇ ପ୍ରଥମେ ଦାୟର କରାଯାଇଥିବା ଦିଲୀପ ବରାଳଙ୍କ ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅର୍ଦ୍ଧେନ୍ଦୁ ଶେଖର ଦାସ ଓ ସୁମନ୍ତ କୁମାର ଘଡେଇଙ୍କ ଇଣ୍ଟରଭେନ୍ସନ୍ ପିଟିସନ୍‌କୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ। ଏଥିସହ ନ୍ୟାସନାଲ୍ ମନୁମେଣ୍ଟ ଅଥରିଟିର ଏନ୍ଓସି ସଂପର୍କିତ ଚିଠିକୁ ବିରୋଧ କରି ସୁବ୍ରତ ତ୍ରିପାଠୀଙ୍କ ତରଫରୁ ଦାୟର ମାମଲାର ଶୁଣାଣିରେ ମଧ୍ୟ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) କୌଣସି ଅନୁମତି ଦେଇ ନାହିଁ ବୋଲି ଦର୍ଶାଇ ଅବସରପ୍ରାପ୍ତ ଆଇଏଏସ୍ ସୁଦର୍ଶନ ନାୟକ ଓ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ମଧ୍ୟ ହାଇକୋର୍ଟ ଅନ୍ତ ଘଟାଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପ୍ରସଂଗରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଦାୟର୍ କରାଯାଇଥିବା ପିଟିସନ୍‌କୁ ରଦ୍ଦ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟର୍ରେ ଲେଖିଥିଲେ, ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ।’

ରଞ୍ଜିତ ମହାନ୍ତି
ଭୁବନେଶ୍ବର, ମୋ.- ୯୮୬୧୦୬୨୫୦୦

About The Author: The Sakala