କାଳିଆର ଦର୍ଶନ ସହ ବୃକ୍ଷରାଜି ମଧ୍ୟରେ ହଜି ଯାଉଛନ୍ତି ଶ୍ରଦ୍ଧାଳୁ, ମନ ମୋହୁଛି ଜୁଇ, ଜାଇ, ହେନା ଓ ମଲ୍ଲି…..

– ଶ୍ରଦ୍ଧାଳୁ କାଳିଆର ଦର୍ଶନ ସହ ବୃକ୍ଷରାଜି ମଧ୍ୟରେ ହଜି ଯାଉଛନ୍ତି। ମନ ମୋହି ନେଉଛି ଶ୍ରୀ ମନ୍ଦିର ପରିସରରେ ଶୋଭା ପାଉଥିବା ଜୁଇ, ଜାଇ, ହେନା ଓ ମଲ୍ଲି। ଲ୍ୟାଣ୍ଡସ୍କେପିଂ ଅଞ୍ଚଳରେ ଭକ୍ତ ତାହାର ବାସ୍ନାରେ ରେ ବିମୋହିତ ହେଉଛନ୍ତି। ତାହା ସହ ତୁଳସୀ ତୁଳସୀ ବସୁଛି ପରିକ୍ରମା ମାର୍ଗ । ଶ୍ରୀ ମନ୍ଦିର ପରିକ୍ରମା ପରିସରରେ ପ୍ରାୟ ୧ ଲକ୍ଷ ବୃକ୍ଷ ଲଗାଯାଉଛି। ଏଥିରେ ୧୨୦ ପ୍ରଜାତି ରହିଛନ୍ତି। ପ୍ରତିରୋପିତ ହେଉଥିବା ବୃକ୍ଷ ଗୁଡ଼ିକ […]

– ଶ୍ରଦ୍ଧାଳୁ କାଳିଆର ଦର୍ଶନ ସହ ବୃକ୍ଷରାଜି ମଧ୍ୟରେ ହଜି ଯାଉଛନ୍ତି। ମନ ମୋହି ନେଉଛି ଶ୍ରୀ ମନ୍ଦିର ପରିସରରେ ଶୋଭା ପାଉଥିବା ଜୁଇ, ଜାଇ, ହେନା ଓ ମଲ୍ଲି। ଲ୍ୟାଣ୍ଡସ୍କେପିଂ ଅଞ୍ଚଳରେ ଭକ୍ତ ତାହାର ବାସ୍ନାରେ ରେ ବିମୋହିତ ହେଉଛନ୍ତି। ତାହା ସହ ତୁଳସୀ ତୁଳସୀ ବସୁଛି ପରିକ୍ରମା ମାର୍ଗ । ଶ୍ରୀ ମନ୍ଦିର ପରିକ୍ରମା ପରିସରରେ ପ୍ରାୟ ୧ ଲକ୍ଷ ବୃକ୍ଷ ଲଗାଯାଉଛି। ଏଥିରେ ୧୨୦ ପ୍ରଜାତି ରହିଛନ୍ତି। ପ୍ରତିରୋପିତ ହେଉଥିବା ବୃକ୍ଷ ଗୁଡ଼ିକ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ। ବାହାର ପ୍ରଦକ୍ଷିଣ ମାର୍ଗ , ଭିତର ପ୍ରଦକ୍ଷିଣ ଫୁଲର ସବୁଜିମାରେ ଝଲସିଉଠୁଛି। ଭକ୍ତ ଏହାକୁ ଦେଖି ଅଟକୁ ଯାଉଛି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ମଧ୍ୟଭାଗରେ ଲ୍ୟାଣ୍ଡସ୍କେପିଂର ସୃଜନୀ ଛିଟା ଦେଖିବାକୁ ମିଳିବ। ୨ ଟି ସଂସ୍ଥା ଏହାର ଦାୟିତ୍ବ ବହନ କରିଛି ।ପ୍ରାୟ ୧୫୦ ରୁ ଅଧିକ ମାଳି ଓ କର୍ମଚାରୀ ଏଥିରେ ନିୟୋଜିତ ଅଛନ୍ତି। ମାଳି ନିରନ୍ତର ପ୍ରଭୁ ସେବାରେ ନିଜକୁ ସମର୍ପିତ କରି ଦେଇଛି।

ବିଶ୍ବନିୟନ୍ତାଙ୍କ ପାଇଁ ସୁଗନ୍ଧରାଜ
ବିଶ୍ବ ନିୟନ୍ତା କଳା ଠାକୁର ପୁଷ୍ପକୁ କେତେ ଯେ ଭଲ ପାଆନ୍ତି। ସେଥି ପାଇଁ ମହାପ୍ରଭୁ ରାଜାଧିରାଜଙ୍କ ଲାଗି ପରିକ୍ରମା ପରିସର ମଧ୍ୟରେ ଲାଗିଛି ପ୍ରାୟ ୯୦ ହଜାର ରୁ ଲକ୍ଷେ ଗଛ। ସୁଗନ୍ଧରାଜ, ଜୁଇ, ଜାଇ, ହେନା ଓ ମଲ୍ଲିରେ ପରିସର ଚହଟୁଛି। ୨୨ ହଜାର ତୁଳସୀ ଗଛ ରେ ଶ୍ରୀ କ୍ଷେତ୍ର ତୁଳସୀ ତୁଳସୀ ବାସୁଛି। ତାହା ସହ ରହିଛି ସ୍ୱର୍ଣ୍ଣଚମ୍ପା, କାମିନୀ ଓ କୁନ୍ଦମଲ୍ଲି ପରି ଭଳିକି ଭଳି ପୁଷ୍ପ। ଯାହା ଭକ୍ତର ମନ, ପ୍ରାଣ ଓ ହୃଦୟକୁ ଲୋଟି ନେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଙ୍କ ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସବୁଜ ବଳୟ ସୁନ୍ଦର ରୂପ ନେଉଛି। ପରିକ୍ରମା ମାର୍ଗରେ ଶ୍ରଦ୍ଧାଳୁ ପୁଷ୍ପକୁ ଦେଖି ଅଟକି ଯିବ । ତାହା ସହ ସେଠି ବାଧ୍ୟ ହୋଇ ସେଲଫି ବି ନେଵ। ଏପରି ସୁଶୋଭିତ ହେଉଛି ଲୀଳାମୟ ଠାକୁରଙ୍କ ପୁଷ୍ପର ଏ ଉଦ୍ୟାନ।

ଶୋଭା ବଢ଼ାଉଛି କଦମ୍ବ, ଚମ୍ପା, ମଲ୍ଲୀ
ଶ୍ରୀ ମନ୍ଦିର ପରିକ୍ରମା ମାର୍ଗର ଭିତର ପ୍ରଦକ୍ଷିଣର ୧୪ ମିଟର ଲ୍ୟାଣ୍ଡସ୍କେପିଂ ଅଞ୍ଚଳରେ ମଧ୍ୟ ପୁଷ୍ପରାଜର ପ୍ରାଣ ପ୍ରତିଷ୍ଠା ହୋଇଛି। ବଡ଼ ବଡ଼ ଗଛ ଏଠି ଆକାଶ ମାର୍ଗକୁ ଛୁଉଁଥିବାର ଭ୍ରମ ସୃଷ୍ଟି କରୁଛି। ତାହା ସହ ଗଢ଼ି ଉଠୁଛି ସବୁଜ ବଳୟ। ପ୍ରାୟ ୬୦୦ ରୁ ଅଧିକ ଗଛ ଏଠାରେ ଲଗା ଯାଉଛି। ବଉଳ, ରୁଦ୍ରଚମ୍ପା, ସ୍ବର୍ଣ୍ଣ ଚମ୍ପା, ନିମ୍ବ, ଛତିଆନା, ନାଗେଶ୍ବର, ନାଗମଲ୍ଲୀ, କଦମ୍ବ, କାଠଚମ୍ପା ପରି ବୃକ୍ଷ ଏଠାରେ ବିରାଜମାନ କରୁଛନ୍ତି। କେବଳ ଚାରା ରୂପରେ ବୃକ୍ଷ ରୋପଣ କରାଯାଉନି; ୫ ରୁ ୧୫ ଫୁଟ ଉଚ୍ଚତାର ଗଛର ସ୍ଥାନାନ୍ତାରଣ ମଧ୍ୟ ହେଉଛି। ଯାହା କିଛି ବର୍ଷ ଭିତରେ ହିଁ ଛାୟା ପ୍ରଦାନ କରିବାରେ ସହାୟ ହେବ ।

ପୁରୀକୁ ଆସିଛି ଚନ୍ଦନପୁର ମାଟି
ପରିକ୍ରମା ମାର୍ଗରେ ସବୁଜ ବଳୟ ସୃଷ୍ଟି ପାଇଁ ମାଟିର ପ୍ରକ୍ରିୟାକରଣ କରଯାଇଛି। ଯାହା ଚନ୍ଦନପୁରରୁ ଶ୍ରୀ କ୍ଷେତ୍ରକୁ ଆସି ପବିତ୍ର ପବିତ୍ର ଲାଗୁଛି। ଏହି ମାଟିର ବିଶେଷତ୍ବ ହେଉଛି ଏହା ଶୀଘ୍ର ବୃକ୍ଷକୁ ବୃଦ୍ଧିରେ ସାହାଯ୍ୟ କରିବ। ଲ୍ୟାଣ୍ଡସ୍କେପିଂ ଅଞ୍ଚଳରେ ଛୋଟ ବଡ଼ ପ୍ରାୟ ୧୨୦ ପ୍ରଜାତିର ରେଡ୍ ଆଲଡର, ଗ୍ରୀନ ଆଲଡର, ପେଣ୍ଟାସ୍, ସିଜିୟମ, ଇକ ଜୋରା, ରୋଇଓ, ଟଗର, ତରାଟ, ଆମାଜନ ବ୍ଲୁ ଭଳି ବୃକ୍ଷ ରହିଛି। ରାଜ୍ୟ ଓ ରାଜ୍ୟ ବାହାରୁ ବୃକ୍ଷ ଏଠାକୁ ଆସିଛି। ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, କୋଲକାତା, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ମଧ୍ୟ ଶ୍ରୀମନ୍ଦିର ପରିସରର ଶ୍ରୀ ବୃଦ୍ଧି କରି ପ୍ରଭୁଙ୍କ ପାଦରେ ଲାଗି ପ୍ରଭୁ କୃପା ପାଇବା ପାଇଁ ଗଛ ସବୁ ପୁରୀ ଆସିଛନ୍ତି। ସିଂହ ଦ୍ୱାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଚଳମାନ ବାକ୍ସ ରେ ବୃକ୍ଷ ଶୋଭା ବଢ଼ାଉଛି। ଗ୍ରେନ୍ ୱେ କ୍ରିଏସନ ନାମକ ଏକ ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ଏହାର ସୁରକ୍ଷା ଦାୟିତ୍ବରେ ରହିବ। ସବୁଜିମା ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ କରି ଏହି ପୁଷ୍ପ ବୃକ୍ଷ ଓ ବଡ଼ ଗଛ ସବୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆହୁରି ସୁସଜ୍ଜିତ କରିବେ । ଯାହା କେବଳ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ଓ ନିରନ୍ତର ପରିଶ୍ରମ ବଳରେ ଆଜି ସଫଳ ହୋଇଛି।

ଏବେ ପୁରୀକୁ ବାରମ୍ବାର ଆସିବାକୁ ଇଚ୍ଛା ହେଉଛି
ପୁରୀ ଆଉ ଶ୍ରୀମନ୍ଦିର ଆସିବା ପାଇଁ ବାରମ୍ବାର ଇଚ୍ଛା ହେଉଛି। ଖୁବ୍‌‌ ସୁନ୍ଦର ବ୍ୟବସ୍ଥା। ଠାକୁରଙ୍କ ନୀତି ସମୟରେ ପୂର୍ବରୁ ଧାଡ଼ିରେ ଛିଡ଼ାହେବା ବହୁତ କଷ୍ଟ ଲାଗୁଥିଲା। ହେଲେ ଏବେ ସେଭଳି ସ୍ଥିତି ନାହିଁ। ବ୍ୟାରିକେଡରେ ବସିବା ସୁବିଧା ରହିଛି। ପିଇବା ପାଇଁ ପାଣି ବି ଯୋଗାଇ ଦିଆଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡି ରହିଛି। ପରିକ୍ରମା ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିର ଆଉ ମନ୍ଦିର ଚାରିପାଖ ବହୁତ ସୁନ୍ଦର ଲାଗୁଛି। ନବୀନ ପଟ୍ଟନାୟକଙ୍କ ପାଇଁ ହିଁ ଏହା ସମ୍ଭବ ହୋଇଛି।
କୃଷ୍ଣ ଦାସ, ବ୍ରହ୍ମପୁର

ଅକଳ୍ପନୀୟ ଉନ୍ନତିକରଣ
ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପଦକ୍ଷେପ। ମୁଁ ବାହାର ରାଜ୍ୟରୁ ଆସିଥିଲେ ହେଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉନ୍ନତିକରଣ ମୋତେ ଅଭିଭୂତ କରିଛି। ଦୁଇବର୍ଷ ପୂର୍ବରୁ ପୁରୀ ଆସିଥିଲି, ସେତେବେଳେ ଏହାର କାମ ଆରମ୍ଭ ହେଉଥିଲା। ଏବେ ବେଶ୍‌‌ ସଫାସୂତରା ଲାଗୁଛି। ମନ୍ଦିର ଚତୁଃପାର୍ଶ୍ବ ବୁଲିବାରେ କୌଣସି ଅସୁବିଧା ହେଉନାହିଁ। ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ଅଦ୍ୱିତୀୟ ନେତା। ତାଙ୍କର ଦୂରଦୃଷ୍ଟି ଅନ୍ୟମାନଙ୍କଠାରୁ ଭିନ୍ନ।
ସଞ୍ଜୟ ଚୌଧୁରୀ, ବିକାନୀର, ରାଜସ୍ଥାନ

ସେବେ ଓ ଏବେ: ଆକାଶପାତାଳ ଫରକ
୮/୧୦ ବର୍ଷ ପୂବେ ପୁରୀ ଆସିଥିଲି। ସେତେବେଳର ପୁରୀ ଆଉ ଏବେର ପୁରୀ ଭିତରେ ଆକାଶ ପାତାଳ ଫରକ୍‌‌ ଦେଖୁଛି। ଏବେ କିନ୍ତୁ ବହୁତ ଭଲ ଲାଗୁଛି। ଆଗରୁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ହେଉଥିଲ। କିନ୍ତୁ ଏବେ ଚାଲି ଚାଲି ଯିବାକୁ ଭଲ ଲାଗୁଛି। ମନ୍ଦିର ଚତୁଃପାର୍ଶ୍ବ ସଂକୁଚିତ ରାସ୍ତା ଥିଲା। ହେଲେ ସବୁ ବ୍ୟବସ୍ଥା ସୁନ୍ଦର ଲାଗୁଛି। କିନ୍ତୁ ମନ୍ଦିର ଭିତରେ ଦର୍ଶନ ପାଇଁ ଭିଡ଼ ହେଉଛି। ଆମ ଭଳି ବୟସ୍କ ଲୋକଙ୍କ ଦର୍ଶନ ବ୍ୟବସ୍ଥା ଆଉ ଟିକେ ସୁବିଧା ହେଲେ ଭଲ ହୁଅନ୍ତା।
ଧାଗୁ ବୋଇ, ମଧ୍ୟପ୍ରଦେଶ

ଅକଳ୍ପନୀୟ ଉନ୍ନତିକରଣ
ଦୀର୍ଘ ବର୍ଷ ର ପରିକଳ୍ପନା ବାସ୍ତବ ରୂପ ନେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଶ୍ରୀମନ୍ଦିରର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ବିଭିନ୍ନ ସମ୍ପ୍ରଦାୟର ମଠଗୁଡ଼ିକୁ ମଧ୍ୟ ବୁଲି ଦେଖିପାରିବେ। ସେଥିଲାଗି ମଠଗୁଡ଼ିକର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି। ପୁରୀବାସୀଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଆଜି ଶ୍ରୀକ୍ଷେତ୍ର ଧାମ ନୂଆରୂପ ନେଇଛି।
ନାରାୟଣ ରାମାନୁଜ ଦାସ, ମହନ୍ତ, ଉତ୍ତରପାର୍ଶ୍ବ ମଠ

ସରକାରଙ୍କୁ ଧନ୍ୟବାଦ
ପ୍ରଥମ ଥର ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଛି। ଏଠାକାର ଦର୍ଶନ ବ୍ୟବସ୍ଥା ଦେଖି ମୁଁ ବହୁତ ଖୁସି। ଭକ୍ତଙ୍କ ସୁବିଧା ପାଇଁ ଏମିତି ସୁନ୍ଦର ବ୍ୟବସ୍ଥା ମୁଁ ଆଗରୁ ଯାଇଥିବା ଅନ୍ୟ କୌଣସି ମନ୍ଦିରରେ ଦେଖି ନ ଥିଲି। ମନ୍ଦିର ଚାରିପଟ ବି ଖୁବ୍‌‌ ସୁନ୍ଦର ଲାଗୁଛି। ଶ୍ରଦ୍ଧାଳୁଙ୍କ ପାଇଁ ଏଭଳି ପଦକ୍ଷେପ ନେଇଥିବା ଓଡ଼ିଶା ସରକାର ଏବଂ ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ।
ଅଙ୍କୁଶ ଅସୱାରା,
ଉଜ୍ଜୟିନୀ, ମଧ୍ୟପ୍ରଦେଶ

ପୂରଣ ହୋଇଛି ଭକ୍ତଙ୍କ ଆବଶ୍ୟକତା
ପରିକ୍ରମା ପ୍ରକଳ୍ପ ଯୋଜନା ମାଧ୍ୟମରେ ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୭୫ ମିଟର ଅଞ୍ଚଳ ଖାଲି କରାଯାଇଛି। ଏହା ମଧ୍ୟରେ ଭକ୍ତଙ୍କ ସୁବିଧା ପାଇଁ ଯାହାସବୁ ବ୍ୟବସ୍ଥା କରାଯାଇଛି ବାସ୍ତବିକ ସେ ସବୁର ଆବଶ୍ୟକତା ଥିଲା। ମନ୍ଦିର ବାହାର ବହୁତ ସୁନ୍ଦର ଲାଗୁଛି। ବିଶେଷକରି ବରିଷ୍ଠ ନାଗରିକମାନେ ଯେପରି ଭିଡ଼ରେ ନ ପଶି ଭଲ ଭାବେ ଦର୍ଶନ କରିପାରିବେ ସେ ବ୍ୟବସ୍ଥା ହେଲେ ଭଲ ହୁଅନ୍ତା।
ଅନିମା ସାହୁ, ଭୁବନେଶ୍ୱର

‘ପରିକ୍ରମା’ ଦେଇଛି ନୂଆ ପରିଚୟ
ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସ୍ଥିତି ଦୟନୀୟ ଥିଲା। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ମହାପ୍ରଭୁଙ୍କ ଯାନିଯାତ୍ରାରେ ବାଧା ଉପୁଜୁଥିଲା। ଓଡ଼ିଶା ବାହାରୁ ଆସୁଥିବା ସାଧୁସନ୍ଥ ଓ ସେମାନଙ୍କ ଅନୁଗାମୀ ଶ୍ରୀମନ୍ଦିର ପରିକ୍ରମା କରୁପାରୁ ନ ଥିଲେ। ହେଲେ ଏବେ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପ କରିଥିବାରୁ ଏ ସବୁ ସମସ୍ୟାର ସମାଧାନ ହୋଇଛି। ଶ୍ରୀମାର୍ଗ, ଜେବିପିସି, ବହୁତଳ ପାର୍କିଂ ଓ ସର୍ବୋପରି ଶ୍ରୀସେତୁ ଭକ୍ତଙ୍କୁ ନିଶ୍ଚିତ ଶ୍ରୀକ୍ଷେତ୍ରକୁ ଆକର୍ଷିତ କରିବ। ବିଶ୍ୱସ୍ତରୀୟ ବ୍ୟବସ୍ଥା ପୁରୀ ଧାମକୁ ନୂଆ ପରିଚୟ ଦେବ।
ମନୋଜ ରଥ, ସଭାପତି, ଉତ୍କଳ ବିଦ୍ୱତ୍‌‌ ପରିଷଦ

ଦୂରଦୃଷ୍ଟିସମ୍ପନ୍ନ ନେତା ନବୀନ
୨୦୧୮ରେ ସପରିବାର ପୁରୀ ଆସିଥିଲୁ। ସେତେବେଳେ ପୁରୀ ବହୁତ ଗହଳି ଲାଗୁଥିଲା। ମନ୍ଦିର ଚାରିପାଖରେ ଦୋକାନ ଥିଲା। ଏବେ ସେମିତି ସ୍ଥିତି ନାହିଁ। ସବୁକିଛି ସୁନ୍ଦର ହୋଇଯାଇଛି। ପରିବେଶ ଶାନ୍ତି ଲାଗୁଛି। କେବେ ସ୍ୱପ୍ନରେ ଭାବି ନ ଥିଲୁ ଯେ, ପୁରୀ ଏମିତି ବଦଳି ଯାଇଥିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବି। ସେ ଭାରତର ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା। ତାଙ୍କର ଉଦ୍ୟମ ପାଇଁ ଜଗନ୍ନାଥ ଧାମର କାୟାକଳ୍ପ ବଦଳିଛି।
କୌଶଲ ସାହୁ, ଧମ୍‌‌ତେରମ, ଛତିଶଗଡ଼

ଉତ୍ତମ ବ୍ୟବସ୍ଥା
ଯେ କେହି ମହାପ୍ରଭୁଙ୍କୁ ଦର୍ଶନ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିବେ। ଭକ୍ତଙ୍କ ପାଇଁ ଏସି ଶେଡ୍‌‌ଠାରୁ ଆରମ୍ଭ କରି ବ୍ୟାରିକେଡରେ ବସିବାର ସୁବିଧା କରାଯାଇଛି। ଏବେ ବାହାରୁ ମନ୍ଦିର ଭଲ ଭାବେ ଦେଖାଯାଉଛି। ପୂର୍ବରୁ ଚତୁଃପାର୍ଶ୍ବ ଅଣଓସାରିଆ ରାସ୍ତା ଥିଲା। ଭକ୍ତମାନେ ଅସୁବିଧା ଭୋଗୁଥିଲେ। ଏବେ ସେମିତି ସ୍ଥିତି ନାହିଁ, କିନ୍ତୁ ଭିତରେ ଦର୍ଶନ ଯେପରି ଭଲ ଭାବେ କରିପାରିବେ ସେ ଦିଗରେ ଫୋକସ ଦିଆଗଲେ ଶ୍ରୀମନ୍ଦିରର ଗରିମା ଆହୁରି ବଢ଼ିବ।
କାଜଲ ନାୟକ, କଟକ

ଅଭୂତପୂର୍ବ ବ୍ୟବସ୍ଥା, ସ୍ୱଚ୍ଛ ଓ ସୁନ୍ଦର
ସମ୍ପର୍କୀୟଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲୁ। ଭଲଭାବେ ପ୍ରଭୁଙ୍କ ଦର୍ଶନ କଲୁ। ଏଠାକାର ବ୍ୟବସ୍ଥା ଅଦ୍ଭୁତପୂର୍ବ। ପରିବେଶ ସ୍ୱଚ୍ଛ ଏବଂ ସୁନ୍ଦର ଲାଗୁଛି। ଭକ୍ତଙ୍କ ସୁଖଦ ଦର୍ଶନ ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ବିଶେଷକରି ପୁଲିସ ବ୍ୟବସ୍ଥା ବି ଆଗ ଅପେକ୍ଷା ବହୁତ ଭଲ। ବାସ୍ତବିକ ଓଡ଼ିଶା ସରକାରଙ୍କର ଏକ ଭଲ ଉଦ୍ୟମ। ଏଥିପାଇଁ ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌‌ ହେବ।
ଈଶ୍ୱର ଶରଣ ମିଶ୍ରା, ଗୁଣ୍ଡା, ୟୁପି

 

About The Author: The Sakala