ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରି ଭୁସି ହତ୍ୟା ଉଦ୍ୟମ

ପୁରୀ ସଦର ଥାନା ଅଞ୍ଚଳରେ ଶନିବାର ଭୋରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରି ଭୁସି ହତ୍ୟା ଉଦ୍ୟମ କରାଯାଇଛି। ମହିଳା ଜଣଙ୍କର ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ ଶଲ୍ୟ ବିଭାଗରୁ ସ୍ତ୍ରୀ ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ତାଙ୍କ ପକ୍ଷରୁ ସଦର ଥାନାରେ ଲିଖତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ […]

ପୁରୀ ସଦର ଥାନା ଅଞ୍ଚଳରେ ଶନିବାର ଭୋରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରି ଭୁସି ହତ୍ୟା ଉଦ୍ୟମ କରାଯାଇଛି। ମହିଳା ଜଣଙ୍କର ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ ଶଲ୍ୟ ବିଭାଗରୁ ସ୍ତ୍ରୀ ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ତାଙ୍କ ପକ୍ଷରୁ ସଦର ଥାନାରେ ଲିଖତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସେହି ଗାଁର ଧନେଶ୍ବର ପ୍ରଧାନ (୫୦) କୁ ଗିରଫ କରିଛି । ପୁଲିସ ସୂତ୍ରରେ ମିଳିଥିବା ସୂଚନା ଅନୁସାରେ କିଛି ବର୍ଷ ହେଲା ଏହି ମହିଳା ଜଣକ ନିଜ ବାପ ଘରେ ରହଛନ୍ତି ।

ଅଭିଯୁକ୍ତ ଧନେଶ୍ବର ତାଙ୍କୁ ଅଧିକାଂଶ ସମୟରେ ଅଶ୍ଳୀଳ ଇଙ୍ଗିତ କରିବା ସହ ହଇରାଣ ହରକତ କରିଥାଏ । ଶନିବାର ଭୋରରେ ମହିଳା ଜଣକ ଫୁଲ ତୋଳିବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକୁଟିଆ ଦେଖ୍ ଧନେଶ୍ବର ଦୁଷ୍କର୍ମ କରିଥିଲା। ବିରୋଧ କରିବାରୁ ପାଖରେ ରଖୁଥିବା ଛୁରିରେ ତାଙ୍କ ଜଙ୍ଘକୁ ଭୁସି ଦେଇଥିଲା । ଘଟଣା ସ୍ଥଳରେ ମହିଳା ଜଣକ ଅଚେତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

About The Author: The Sakala