ଅର୍ଡର ଦେଇଥିଲେ ଶ୍ରୀମନ୍ଦିର ବାନା ଆସିଲା ଦଳୀୟ ପତାକା

ପୁରୀ: କିଛିଦିନ ପୂର୍ବରୁ ଆମାଜାନ୍‌ରେ ଶ୍ରୀମନ୍ଦିର ବାନା ବିକ୍ରି ହେଉଥିବା ଜଣାପଡିଥିଲା। ଏହାକୁ ନେଇ ଚୁନରା ସେବାୟତ ଆପତ୍ତି ଉଠାଇଥିଲେ। ହେଲେ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାବେଳେ ଏବେ ଅନ୍‌ଲାଇନରେ ବାନା ମଗାଇ ଠକେଇର ଶିକାର ହୋଇଛନ୍ତି ପୁରୀର ଭଗବାନ ମହାପାତ୍ର। ସେ ନୀଳଚକ୍ର ବାନା ମଗାଇଥିଲେ, ହେଲେ ତାଙ୍କ ପାଖରେ ପହଞ୍ଚିଲା ବିଜେପି ଦଳୀୟ ପତାକା। ଅନ୍‌ଲାଇନରେ ସାମଗ୍ରୀ ମଗାଇ ଠକାମିର ଶିକାର ହୋଇଛନ୍ତି ଭଗବାନ। କିଛିଦିନ ତଳେ ଆମାଜନ୍‌ କମ୍ପାନୀ […]

ପୁରୀ: କିଛିଦିନ ପୂର୍ବରୁ ଆମାଜାନ୍‌ରେ ଶ୍ରୀମନ୍ଦିର ବାନା ବିକ୍ରି ହେଉଥିବା ଜଣାପଡିଥିଲା। ଏହାକୁ ନେଇ ଚୁନରା ସେବାୟତ ଆପତ୍ତି ଉଠାଇଥିଲେ। ହେଲେ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାବେଳେ ଏବେ ଅନ୍‌ଲାଇନରେ ବାନା ମଗାଇ ଠକେଇର ଶିକାର ହୋଇଛନ୍ତି ପୁରୀର ଭଗବାନ ମହାପାତ୍ର। ସେ ନୀଳଚକ୍ର ବାନା ମଗାଇଥିଲେ, ହେଲେ ତାଙ୍କ ପାଖରେ ପହଞ୍ଚିଲା ବିଜେପି ଦଳୀୟ ପତାକା।

ଅନ୍‌ଲାଇନରେ ସାମଗ୍ରୀ ମଗାଇ ଠକାମିର ଶିକାର ହୋଇଛନ୍ତି ଭଗବାନ। କିଛିଦିନ ତଳେ ଆମାଜନ୍‌ କମ୍ପାନୀ ମାଧ୍ୟମରେ ଶ୍ରୀମନ୍ଦିର ବାନା ବିକ୍ରି ହେଉଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଜାଣିବା ପରେ ପୁରୀ ବାସିନ୍ଦା ହିସାବରେ ପରୀକ୍ଷା କରିବା ପାଇଁ ଭଗବାନ ଗତ ୧୫ ତାରିଖରେ ଅର୍ଡର କରିଥିଲେ। ବିକ୍ରି ହେଉଥିବା ବାନାର ଦାମ ୯୯୯ ଟଙ୍କା ବୋଲି ଉଲ୍ଲେଖ ରହିଥିଲା। ଏକ ପ୍ରତିଶତ ରିହାତି ହିସାବରେ ସେ ୮୮୯ ଟଙ୍କା ଦେଇ ୧୯ ତାରିଖ ଦିନ ଏହି ଅର୍ଡର ତାଙ୍କ ନିକଟରେ ଆସି ପହଞ୍ଚିଥିଲା। ପ୍ରଥମତଃ ମହାପ୍ରଭୁଙ୍କ ବାନା ବିକ୍ରି କରିବା ଅଧିକାର ଚୁନରା ସେବକଙ୍କର। ଦ୍ୱିତୀୟତଃ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷ ମହାପ୍ରଭୁଙ୍କ ବାନା ବିକ୍ରି କରିପାରିବେ ନାହିଁ। ଏ ସମ୍ପର୍କରେ କ୍ରେତା ଭଗବାନ ମହାପାତ୍ର ବିକ୍ରେତାଙ୍କୁ ଅନ୍‌ଲାଇନ ମାଧ୍ୟମରେ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ପ୍ରଭୁଙ୍କ ବାନା ବିକ୍ରି କରିବା ଆଇନତଃ କୌଣସି ଅପରାଧ ନୁହେଁ ବୋଲି ଉତ୍ତର ଦିଆଯାଇଥିଲା। ପରେ ସେ ବାନା ଅର୍ଡର କରିଥିଲେ।

ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବାନା ଦେଖାଇଥିଲେ। ପ୍ୟାକେଟରୁ କାଢିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ଶ୍ରୀମନ୍ଦିର ବାନା ବଦଳରେ ବାହାରିଥିଲା ବିଜେପି ଦଳୀୟ ପତାକା। ସେ କେବଳ ଠକାମିର ଶିକାର ହୋଇନାହାନ୍ତି ବରଂ ତାଙ୍କ ଭାବନା ସହ ଖେଳ ଖେଳାଯାଇଛି। ଏଭଳି ଠକାମୀ ବିରୁଦ୍ଧରେ ସେ ଖାଉଟି ଅଦାଲତ ଓ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

About The Author: The Sakala