ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ: ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଶୁକ୍ରବାର ସକାଳୁ ଜିଲ୍ଲାପାଳ ଓଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଶ୍ରୀ ସେତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ଯ ବୁଲି ଦେଖିଛନ୍ତି। ଏଥିସହ କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ ନିର୍ମାଣକାରୀ ସଂସ୍ଥା କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି। ସେହିପରି ମୂଷା ନଈର ଚାଲିଥିବା ଉନ୍ନତିମୂଳକ କାର୍ଯ୍ଯ ବୁଲି ଦେଖିଥିବା ବେଳେ ନଈର ଉଭୟ ପାର୍ଶ୍ୱରେ ଗଢି ଉଠିଥିବା ନିର୍ମାଣର ଅଧିଗ୍ରହଣ ନେଇ ସମୀକ୍ଷା […]

ପୁରୀ: ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଶୁକ୍ରବାର ସକାଳୁ ଜିଲ୍ଲାପାଳ ଓଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଶ୍ରୀ ସେତୁ ପ୍ରକଳ୍ପର ନିର୍ମାଣ କାର୍ଯ୍ଯ ବୁଲି ଦେଖିଛନ୍ତି। ଏଥିସହ କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ ନିର୍ମାଣକାରୀ ସଂସ୍ଥା କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି। ସେହିପରି ମୂଷା ନଈର ଚାଲିଥିବା ଉନ୍ନତିମୂଳକ କାର୍ଯ୍ଯ ବୁଲି ଦେଖିଥିବା ବେଳେ ନଈର ଉଭୟ ପାର୍ଶ୍ୱରେ ଗଢି ଉଠିଥିବା ନିର୍ମାଣର ଅଧିଗ୍ରହଣ ନେଇ ସମୀକ୍ଷା କରିଥିଲେ। ତେବେ ପୂର୍ବରୁ ମୁଖ୍ୟ ଶାସନ ସଚିବ ମଧ୍ୟ ପୁରୀର ଉନ୍ନତିମୂଳକ କାର୍ଯ୍ଯ ବୁଲି ଦେଖିଥିବା ବେଳେ ଶୀଘ୍ର ସାରିବା ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବୁଲି କାମ ଦେଖିବା ସହ ଏହାର ସମୀକ୍ଷା କରୁଛନ୍ତି।

About The Author: The Sakala