ଆଜିଠୁ ପଟି ଦିଅଁ ଦର୍ଶନ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ମହାପ୍ରଭୁ। ରବିବାରଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅଣସର ବିଧି। ଉପଶମ ପାଇଁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆରମ୍ଭ କରିବେ ଗୁପ୍ତସେବା। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଶ୍ରଦ୍ଧାଳୁଙ୍କୁ ପଟିଦିଅଁ ରୁପରେ ଦର୍ଶନ ଦେବେ। ଶନିବାର […]

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ମହାପ୍ରଭୁ। ରବିବାରଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅଣସର ବିଧି। ଉପଶମ ପାଇଁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆରମ୍ଭ କରିବେ ଗୁପ୍ତସେବା। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଶ୍ରଦ୍ଧାଳୁଙ୍କୁ ପଟିଦିଅଁ ରୁପରେ ଦର୍ଶନ ଦେବେ। ଶନିବାର ସ୍ନାନବେଦୀରେ ସ୍ନାନ ନୀତି ସମ୍ପନ୍ନ ପରେ ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେ କରିଥିଲେ ଠାକୁର। ଏହପରେ କୋଠସୁଅାଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିବେ। ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଇବେ।

About The Author: The Sakala