ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା; ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ପ୍ରାୟ ୪୦ଟି ଚୁଲା ଭଙ୍ଗାରୁଜା ହୋଇଛି । ଶନିବାର ରାତିରେ କେହି ଏହାକୁ ଭାଙ୍ଗିଥିବା ଅନୁମାନ କରାଯାଉଛି । ରବିବାର ସକାଳେ ଏହା ଜଣାପଡିଥିଲା । ତେବେ କିଏ ଏବଂ କେଉଁଥିପାଇଁ ଚୁଲା ଭଙ୍ଗାରୁଜା କରିଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ […]

ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ପ୍ରାୟ ୪୦ଟି ଚୁଲା ଭଙ୍ଗାରୁଜା ହୋଇଛି । ଶନିବାର ରାତିରେ କେହି ଏହାକୁ ଭାଙ୍ଗିଥିବା ଅନୁମାନ କରାଯାଉଛି । ରବିବାର ସକାଳେ ଏହା ଜଣାପଡିଥିଲା । ତେବେ କିଏ ଏବଂ କେଉଁଥିପାଇଁ ଚୁଲା ଭଙ୍ଗାରୁଜା କରିଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ମନ୍ଦିରକୁ ଯାଇ କିଭଳି ଏବଂ କେଉଁ ପରିସ୍ଥିତିରେ ରୋଷଘର ଚୁଲା ଭଙ୍ଗାରୁଜା ହୋଇଛି ତାହା ଅନୁଧ୍ୟାନ କରୁଛନ୍ତି । ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି, ରୋଷଶାଳାରେ ରେକର୍ଡଭୁକ୍ତ ୨୪୦ଟି ଚୁଲା ରହିଛି । ସେଥିମଧ୍ୟରୁ ୪୦ଟିକୁ କେହି ଭାଙ୍ଗି ଦେଇଛନ୍ତି, ଯେଉଁଥିରେ ୨ଟି କୋଠ ଭୋଗ ଚୁଲି ରହିଛି । ୨ ଦିନ ମଧ୍ୟରେ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

About The Author: The Sakala