ରାମଲେଙ୍କାରେ ଶ୍ରୀ ଶ୍ରୀ ଶନି ଦେବଙ୍କ ୮ମ ବାର୍ଷିକ ଉତ୍ସବ ଓ ନାମଯଜ୍ଞ ଅନୁଷ୍ଠିତ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତର ରାମଲେଙ୍କା ସ୍ଥିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶନି ଦେବଙ୍କ ପୀଠରେ ୮ମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ନାମଯଜ୍ଞ ସହିତ ଅନ୍ନ ଯଜ୍ଞର ଆୟୋଜନ କରାଯାଇଥିଲା।

ରୀତିନୀତି ଓ ପୂଜାର୍ଚ୍ଚନା

ରାମଲେଙ୍କା ମଠାଧୀଶ ଦାମୋଦର ଦାସ ଏବଂ ତାଳତଳା ମଠାଧୀଶ ମହନ୍ତ ବଳରାମ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୋହିତ ସନ୍ତୋଷ କର, ସଞ୍ଜୟ କର ଓ ରବି କର ପ୍ରାତଃ ସମୟରୁ ଯଥାବିଧି ପୂଜାର୍ଚ୍ଚନା ସମାପନ କରି ଶନି ଦେବଙ୍କ ନିକଟରେ ଘୃତ ଯଜ୍ଞ ଓ ନାମ ଯଜ୍ଞ ସମ୍ପାଦନ କରିଥିଲେ। ଏଥିସହିତ ନଅ ମୌଜାରୁ ଆସିଥିବା ୯ଟି ସଂକୀର୍ତ୍ତନ ମଣ୍ଡଳୀ ନାମ ପରିବେଷଣ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।

ଭକ୍ତଙ୍କ ସମାଗମ ଓ ପରିଚାଳନା

ଏହି ଭବ୍ୟ ଉତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଗ୍ରାମର ସଭାପତି ଦଣ୍ଡପାଣି ବିଶ୍ବାଳ, ନୋଳିଆ ପାଟଣା ସଭାପତି ବୈରାଗୀ ବେହେରା, କେଦାର ନାଥ ବିଶ୍ବାଳ, ନକୁଳ ସେଠି, ବିଶ୍ୱଜିତ୍ ବିଶ୍ଵାଳ, ସରପଞ୍ଚଙ୍କ ପ୍ରତିନିଧି ଅଞ୍ଚଳ ବିଶ୍ୱାଳ, ମିଥୁନ ବିଶ୍ୱାଳ ଓ ସଂଜୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଗ୍ରାମର ଯୁବ ସଂଗଠନ ଓ ନଅ ମୌଜାର ସମସ୍ତ ସଭ୍ୟ ସକ୍ରିୟ ସହଯୋଗ କରିଥିଲେ।

About The Author: Tapas Ranjan Nanda