ବାତ୍ୟା ଓ ଲଗାଣ ବର୍ଷାରେ ନଷ୍ଟ ଧାନ ଫସଲ, ଚିନ୍ତାରେ ଚାଷୀ

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ଲଗାଣ ବର୍ଷା ଯୋଗୁଁ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷା ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଥିବା ବେଳେ ଏବେ ଚିନ୍ତାରେ ଦିନ କାଟୁଛନ୍ତି ଚାଷୀକୁଳ।

ବିଶେଷ କରି ସିଆଣ୍ଡି ପଞ୍ଚାୟତ ଅନ୍ତର୍ଗତ ଓରା ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଫସଲ ନଷ୍ଟ ହୋଇଥିବା ଦେଖି ହତାଶ ହୋଇ ସେ ଜମି ହୁଡ଼ାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷସାରା କଠିନ ପରିଶ୍ରମ କରି ଭଲ ଅମଳର ଆଶା ରଖିଥିବା ଚାଷୀଙ୍କ ସ୍ୱପ୍ନ ଏବେ ଧୂଳିସାତ୍ ହେବାକୁ ବସିଛି।

ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମିରେ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବା ସହ ଯୋଗ୍ୟ ଚାଷୀଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି। ପ୍ରଶାସନ ପକ୍ଷରୁ କେବେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ, ତାହାକୁ ନେଇ ଚାଷୀମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

About The Author: Suryakanta