କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକକୁ ସବୁଜ ସୁନ୍ଦର କରିବା ଉଦେଶ୍ୟରେ ଅଞ୍ଚଳର ଯୁବ ପରିବେଶବିତ୍ତ ହିମାଂଶୁ ଶେଖର ନାୟକଙ୍କ ଉଦ୍ୟମ ରେ ଗଢ଼ି ଉଠିଥିବା ଗ୍ରୀନ ପାରିକୁଦ ସଂଗଠନ ପକ୍ଷରୁ ଆସ ବୃକ୍ଷ ସହ କରିବା ମିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବରିଷ୍ଠ ସଦସ୍ୟା ତଥା ଗଛ ମଣିଷ ଭାବେ ପରିଚିତ ଅମିତା ତରେଇଙ୍କ ନେତୃତ୍ୱରେ ପଥରକଟା ହରିତଳ କୁଦା ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦ୍ବୀପାଞ୍ଚଳରେ ବଜ୍ରପାତରୁ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଥିବା ତାଳ ଗଛରେ ଡୋରିକୁ ସମସ୍ତେ ଗଛରେ ବାନ୍ଧି ବୃକ୍ଷ ସହ ମିତ୍ରତା କରିବା ସହ ଗଛକୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥିଲେ । ସଂଗଠନର ସଦସ୍ୟ ମାନେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ପାଇଁ ଏକ ସ୍ୱତନ୍ତ୍ର ନାରା ବନ୍ଧୁତା ଦିବସରେ ନେବା ଶପଥ, ଆସ ବୃକ୍ଷ ସହ କରିବା ମିତ ଦେଇଥିଲେ । ଏହା ସହିତ ଚିଲିକା ରିଂ ବନ୍ଧ ହରିତଳ କୁଦାରେ ୫୦ ଗୋଟି ତାଳ ଗୋଟାମା ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ମୀନାରାଣୀ ସାହୁ, ପ୍ରଭାତୀ ପାହାଣ, ନକୁଳ ସୁନ୍ଦରା, ଧୂଶାସନ ତରେଇ, ମହେଶ୍ୱର ସେଠୀ ସମେତ ପଥରକଟା ଗ୍ରାମର ମହିଳା ସଂଘର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ଶୁକ୍ରବାର ଠାରୁ କୃଷ୍ଣପ୍ରସାଦ ବ୍ଳକ ଅଧିନ ସାତପଡ଼ା ଠାରୁ ମା ବଲିହରୀଚଣ୍ଡୀ ପର୍ଯ୍ୟନ୍ତ ଚିଲିକା ରିଂ ବନ୍ଧରେ ୫ ହଜାର ତାଳ ମଞ୍ଜି ଲଗାଯିବ ବୋଲି ସଂଗଠନର ବରିଷ୍ଠ ସଦସ୍ୟା ଅମିତା ତରେଇଙ୍କ ଠାରୁ ପ୍ରକାଶ।
ଗ୍ରୀନ ପାରିକୁଦର ଆସ ବୃକ୍ଷ ସହ କରିବା ମିତ କାର୍ଯ୍ୟକ୍ରମ
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକକୁ ସବୁଜ ସୁନ୍ଦର କରିବା ଉଦେଶ୍ୟରେ ଅଞ୍ଚଳର ଯୁବ ପରିବେଶବିତ୍ତ ହିମାଂଶୁ ଶେଖର ନାୟକଙ୍କ ଉଦ୍ୟମ ରେ ଗଢ଼ି ଉଠିଥିବା ଗ୍ରୀନ ପାରିକୁଦ ସଂଗଠନ ପକ୍ଷରୁ ଆସ ବୃକ୍ଷ ସହ କରିବା ମିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବରିଷ୍ଠ ସଦସ୍ୟା ତଥା ଗଛ ମଣିଷ ଭାବେ ପରିଚିତ ଅମିତା ତରେଇଙ୍କ ନେତୃତ୍ୱରେ ପଥରକଟା ହରିତଳ କୁଦା ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦ୍ବୀପାଞ୍ଚଳରେ ବଜ୍ରପାତରୁ […]