ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

Tapas Ranjan Nanda Picture
Published On

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପାଟଣା ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ମିଥ୍ୟା ଅଭିଯୋଗକୁ ବିରୋଧ କରି ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗ୍ରାମର ପୁରୁଷ ଓ ମହିଳାମାନେ ହଟ ସାମନ୍ତରାୟ ଏବଂ ତାଙ୍କ ପୁଅ ମାନସ ସାମନ୍ତରାୟଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ମିଥ୍ୟା ଆରୋପକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

krushnaprasad-villagers-protest-false-allegations-father-son-duo-warn-mass-suicide2

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ଅଲଣ୍ଡା ପାଟଣା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ଦିବାକର ଦାସ ଏବଂ ସମ୍ପାଦକ ଶରତ କୁମାର ଜାଲିଙ୍କ ସୂଚନା ଅନୁଯାୟୀ, ଏହି ଗ୍ରାମର ପ୍ରାୟ ୯୭ଟି ମତ୍ସ୍ୟଜୀବୀ ପରିବାରର ୩୫୦ ଜଣ ସଦସ୍ୟ ନିଜର ଜୀବିକା ପାଇଁ ସମ୍ପୂର୍ଣ୍ଣ ଭାବେ ଚିଲିକା ଉପରେ ନିର୍ଭର କରନ୍ତି। ସମବାୟ ସମିତି ମାଧ୍ୟମରେ ଚିଲିକାକୁ ଲିଜ୍ ସୂତ୍ରରେ ଆଣି ମାଛ ଧରିବା ସେମାନଙ୍କର ଏକମାତ୍ର ପେସା। ତେବେ ୨୦୧୨ ମସିହାରୁ ଅଭିଯୁକ୍ତ ବାପ-ପୁଅ ଏହି ପ୍ରକ୍ରିୟାକୁ ବେଆଇନ ଭାବେ ବିରୋଧ କରିବା ସହ ଗ୍ରାମବାସୀଙ୍କ ନାମରେ ବିଭିନ୍ନ ମିଥ୍ୟା ମାମଲା ରୁଜୁ କରି ହଇରାଣ କରିଆସୁଛନ୍ତି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷ ଯଥା ଭଗବାନ ଦାସ, ସ୍ୱାଧୀନ ଦାସ, ଦେବଦତ୍ତ ପ୍ରଧାନ, ଅଖିଳ ଜାଲି ଏବଂ ମହେନ୍ଦ୍ର କରଣ ଅଭିଯୋଗ କରିଛନ୍ତି ଯେ, ହଟ ସାମନ୍ତରାୟ ପୂର୍ବରୁ ଗ୍ରାମର ପ୍ରାୟ ୪୦ ଏକର ଚିଲିକା ଅଞ୍ଚଳକୁ ନିଜ ନାମରେ ହଡ଼ପ କରିବାକୁ ଉଦ୍ୟମ କରି ଧରାପଡ଼ିଥିଲେ। ଏହାବ୍ୟତୀତ ତାଙ୍କ ନାମରେ ଗ୍ରାମର ସୁମ ଦାସଙ୍କୁ ଛୁରାମାଡ଼ କରି ହତ୍ୟା ଉଦ୍ୟମ, ଆର୍ତ୍ତତ୍ରାଣ ପ୍ରଧାନଙ୍କ ପରିବାର ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେବା ଏବଂ ଗାଁର କିଛି ଯୁବକଙ୍କୁ ମାଓବାଦୀ ସଂଗଠନରେ ସାମିଲ କରିବା ପାଇଁ ପ୍ରବର୍ତ୍ତାଇବା ଭଳି ସାଙ୍ଘାତିକ ଅଭିଯୋଗ ରହିଛି। ଯୁବକମାନଙ୍କର ଖେଳ ସାମଗ୍ରୀ ପୋଡ଼ିଦେବା ଘଟଣାରେ ମଧ୍ୟ ସେମାନେ ନିନ୍ଦିତ ହୋଇଥିଲେ।

ବର୍ତ୍ତମାନ ଏହି ଅପରାଧିକ କାର୍ଯ୍ୟକଳାପ କାରଣରୁ ବାପ-ପୁଅ ଗ୍ରାମରୁ ଫେରାର ଅଛନ୍ତି ଏବଂ ବାହାରେ ରହି ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗମାନ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ସେମାନଙ୍କୁ ନ୍ୟାୟ ନମିଳେ, ତେବେ ଆଗାମୀ ଦିନରେ ଆବାଳବୃଦ୍ଧବନିତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହିତ ସାମୁହିକ ଆତ୍ମହତ୍ୟା କରିବେ ବୋଲି ପ୍ରଶାସନକୁ ଦୃଢ଼ ଚେତାବନୀ ଦେଇଛନ୍ତି।

09 Jun 2026 By Tapas Ranjan Nanda

ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପାଟଣା ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ମିଥ୍ୟା ଅଭିଯୋଗକୁ ବିରୋଧ କରି ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗ୍ରାମର ପୁରୁଷ ଓ ମହିଳାମାନେ ହଟ ସାମନ୍ତରାୟ ଏବଂ ତାଙ୍କ ପୁଅ ମାନସ ସାମନ୍ତରାୟଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ମିଥ୍ୟା ଆରୋପକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି।

krushnaprasad-villagers-protest-false-allegations-father-son-duo-warn-mass-suicide2

ଅଲଣ୍ଡା ପାଟଣା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ଦିବାକର ଦାସ ଏବଂ ସମ୍ପାଦକ ଶରତ କୁମାର ଜାଲିଙ୍କ ସୂଚନା ଅନୁଯାୟୀ, ଏହି ଗ୍ରାମର ପ୍ରାୟ ୯୭ଟି ମତ୍ସ୍ୟଜୀବୀ ପରିବାରର ୩୫୦ ଜଣ ସଦସ୍ୟ ନିଜର ଜୀବିକା ପାଇଁ ସମ୍ପୂର୍ଣ୍ଣ ଭାବେ ଚିଲିକା ଉପରେ ନିର୍ଭର କରନ୍ତି। ସମବାୟ ସମିତି ମାଧ୍ୟମରେ ଚିଲିକାକୁ ଲିଜ୍ ସୂତ୍ରରେ ଆଣି ମାଛ ଧରିବା ସେମାନଙ୍କର ଏକମାତ୍ର ପେସା। ତେବେ ୨୦୧୨ ମସିହାରୁ ଅଭିଯୁକ୍ତ ବାପ-ପୁଅ ଏହି ପ୍ରକ୍ରିୟାକୁ ବେଆଇନ ଭାବେ ବିରୋଧ କରିବା ସହ ଗ୍ରାମବାସୀଙ୍କ ନାମରେ ବିଭିନ୍ନ ମିଥ୍ୟା ମାମଲା ରୁଜୁ କରି ହଇରାଣ କରିଆସୁଛନ୍ତି।

ଗ୍ରାମର ପ୍ରମୁଖ ବ୍ୟକ୍ତିବିଶେଷ ଯଥା ଭଗବାନ ଦାସ, ସ୍ୱାଧୀନ ଦାସ, ଦେବଦତ୍ତ ପ୍ରଧାନ, ଅଖିଳ ଜାଲି ଏବଂ ମହେନ୍ଦ୍ର କରଣ ଅଭିଯୋଗ କରିଛନ୍ତି ଯେ, ହଟ ସାମନ୍ତରାୟ ପୂର୍ବରୁ ଗ୍ରାମର ପ୍ରାୟ ୪୦ ଏକର ଚିଲିକା ଅଞ୍ଚଳକୁ ନିଜ ନାମରେ ହଡ଼ପ କରିବାକୁ ଉଦ୍ୟମ କରି ଧରାପଡ଼ିଥିଲେ। ଏହାବ୍ୟତୀତ ତାଙ୍କ ନାମରେ ଗ୍ରାମର ସୁମ ଦାସଙ୍କୁ ଛୁରାମାଡ଼ କରି ହତ୍ୟା ଉଦ୍ୟମ, ଆର୍ତ୍ତତ୍ରାଣ ପ୍ରଧାନଙ୍କ ପରିବାର ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେବା ଏବଂ ଗାଁର କିଛି ଯୁବକଙ୍କୁ ମାଓବାଦୀ ସଂଗଠନରେ ସାମିଲ କରିବା ପାଇଁ ପ୍ରବର୍ତ୍ତାଇବା ଭଳି ସାଙ୍ଘାତିକ ଅଭିଯୋଗ ରହିଛି। ଯୁବକମାନଙ୍କର ଖେଳ ସାମଗ୍ରୀ ପୋଡ଼ିଦେବା ଘଟଣାରେ ମଧ୍ୟ ସେମାନେ ନିନ୍ଦିତ ହୋଇଥିଲେ।

ବର୍ତ୍ତମାନ ଏହି ଅପରାଧିକ କାର୍ଯ୍ୟକଳାପ କାରଣରୁ ବାପ-ପୁଅ ଗ୍ରାମରୁ ଫେରାର ଅଛନ୍ତି ଏବଂ ବାହାରେ ରହି ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗମାନ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ସେମାନଙ୍କୁ ନ୍ୟାୟ ନମିଳେ, ତେବେ ଆଗାମୀ ଦିନରେ ଆବାଳବୃଦ୍ଧବନିତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହିତ ସାମୁହିକ ଆତ୍ମହତ୍ୟା କରିବେ ବୋଲି ପ୍ରଶାସନକୁ ଦୃଢ଼ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର