ସାନସୀମା ନୋଡାଲ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ: କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

Sakala Desk Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ସିଆଣ୍ଡି ପଞ୍ଚାୟତ ଅନ୍ତର୍ଗତ ଓରା ଠାରେ ଥିବା ସାନସୀମା ନୋଡାଲ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ

WhatsApp Image 2025-12-19 at 4.33.44 PM

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ତରେଇଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ସେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏବିଇଓ ସିଦ୍ଧେଶ୍ଵର କରଣ, ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ, ସମିତି ସଭ୍ୟ ଲଳିତ କୁମାର ତରେଇ, ମୋ ସ୍କୁଲ ଅଧ୍ୟକ୍ଷ ମଧୁସୂଦନ ସାହୁ ଏବଂ ଏସଏମସି ସଭାପତି ପ୍ରଫୁଲ୍ଲ କୁମାର ତରେଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିପ୍ରବର ତରେଇ, ରବିନାରାୟଣ ପଣ୍ଡା ଓ ସନ୍ତୋଷ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ଓ କର୍ତ୍ତବ୍ୟପରାୟଣ ହେବାକୁ ପରାମର୍ଶ ଦେଇଥିଲେ।

ସହକାରୀ ଶିକ୍ଷକ ଶଙ୍କର୍ଷଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରଭାତ ବାରିକୀ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଖେଳ ଶିକ୍ଷକ ଅଜିତ କୁମାର ବାରିକୀ, ଶିକ୍ଷକ ପ୍ରସନ୍ନଜିତ ଜେନା, ବିଚିତ୍ରାନନ୍ଦ ତରେଇ, ନବକିଶୋର ବାରିକୀ, ଶିକ୍ଷୟିତ୍ରୀ ଶୁଭସ୍ମିତା ନାୟକ ଓ ଅନ୍ୟ କର୍ମଚାରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର