ବଜ୍ରକୋଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୭ତମ ବିଜ୍ଞାନ ମେଳା: କୁନି ବୈଜ୍ଞାନିକଙ୍କ ଦ୍ଵାରା ୨୧୫ଟି ପ୍ରକଳ୍ପ ପ୍ରଦର୍ଶିତ

The Sakala Picture
Published On

କୃଷ୍ଣପ୍ରସାଦ (ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ବଜ୍ରକୋଟ ମା’ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୧୭ତମ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇ ମୋଟ ୨୧୫ଟି ଆକର୍ଷଣୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଦୀପକ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅନୁଷ୍ଠିତ ସଭାରେ ବିଜୟ କୁମାର ବ୍ରହ୍ମା ସଭାପତିତ୍ୱ କରିଥିଲେ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ରାମ ନବମୀ ପାଳିତ: ୪୦ କିଲୋମିଟର ବ୍ୟାପୀ ବାଇକ୍ ରାଲିରେ କମ୍ପିଲା ଅଞ୍ଚଳ

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବ୍ରଜ କିଶୋର ଗୌଡ଼, ଶିକ୍ଷକ ସଦାନନ୍ଦ ଗୌଡ଼, ସରପଞ୍ଚ ପ୍ରଦୀପ କୁମାର ସେଠୀ, ଅଲେଖ କୁମାର ବିଶ୍ୱାଳ, ଆତ୍ମା କମିଟି ସଭାପତି ରାମଚନ୍ଦ୍ର ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ବେହେରା ଓ ଅଖିଳ ଚନ୍ଦ୍ର ନାୟକ ଏବଂ ସି.ଆର.ସି.ସି ସୁକାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଶୀନାଥ ଜେନା କୁନି ବୈଜ୍ଞାନିକଙ୍କ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଉଚ୍ଚପ୍ରଶଂସା କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, "ଏହି କୁନି ପିଲାମାନେ ଆଗାମୀ ଭବିଷ୍ୟତରେ ନିଶ୍ଚିତ ଭାବେ ଜଣେ ଜଣେ ବିରାଟ ବୈଜ୍ଞାନିକ ଭାବେ ପରିଚିତ ହେବେ।"

ପଡୋଶୀ ଜିଲ୍ଲା ଗଞ୍ଜାମରୁ ଆସିଥିବା ସରିତା କୁମାରୀ ଚୌଧୁରୀ, ମେନକା ପାଣିଗ୍ରାହୀ ଏବଂ ରବିଶଙ୍କର ପାଣିଗ୍ରାହୀ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକୁ ନିରେଖି ଦେଖିବା ସହ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ସଭାକାର୍ଯ୍ୟକୁ ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ ଏବଂ ପ୍ରଶାନ୍ତ କୁମାର ପଲେଇ ମଞ୍ଚ ପରିଚାଳନା କରିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ପ୍ରତିଷ୍ଠାତା ଉଲ୍ଲାସ ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶନାରେ ଆୟୋଜିତ ଏହି ମେଳାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଏହି ବିଜ୍ଞାନ ମେଳା ଦେଖିବା ପାଇଁ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

11 Dec 2025 By The Sakala

ବଜ୍ରକୋଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୭ତମ ବିଜ୍ଞାନ ମେଳା: କୁନି ବୈଜ୍ଞାନିକଙ୍କ ଦ୍ଵାରା ୨୧୫ଟି ପ୍ରକଳ୍ପ ପ୍ରଦର୍ଶିତ

କୃଷ୍ଣପ୍ରସାଦ (ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ବଜ୍ରକୋଟ ମା’ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୧୭ତମ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ନିଜର ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇ ମୋଟ ୨୧୫ଟି ଆକର୍ଷଣୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଦୀପକ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅନୁଷ୍ଠିତ ସଭାରେ ବିଜୟ କୁମାର ବ୍ରହ୍ମା ସଭାପତିତ୍ୱ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ବ୍ରଜ କିଶୋର ଗୌଡ଼, ଶିକ୍ଷକ ସଦାନନ୍ଦ ଗୌଡ଼, ସରପଞ୍ଚ ପ୍ରଦୀପ କୁମାର ସେଠୀ, ଅଲେଖ କୁମାର ବିଶ୍ୱାଳ, ଆତ୍ମା କମିଟି ସଭାପତି ରାମଚନ୍ଦ୍ର ସେଠୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ବେହେରା ଓ ଅଖିଳ ଚନ୍ଦ୍ର ନାୟକ ଏବଂ ସି.ଆର.ସି.ସି ସୁକାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଶୀନାଥ ଜେନା କୁନି ବୈଜ୍ଞାନିକଙ୍କ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଉଚ୍ଚପ୍ରଶଂସା କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, "ଏହି କୁନି ପିଲାମାନେ ଆଗାମୀ ଭବିଷ୍ୟତରେ ନିଶ୍ଚିତ ଭାବେ ଜଣେ ଜଣେ ବିରାଟ ବୈଜ୍ଞାନିକ ଭାବେ ପରିଚିତ ହେବେ।"

ପଡୋଶୀ ଜିଲ୍ଲା ଗଞ୍ଜାମରୁ ଆସିଥିବା ସରିତା କୁମାରୀ ଚୌଧୁରୀ, ମେନକା ପାଣିଗ୍ରାହୀ ଏବଂ ରବିଶଙ୍କର ପାଣିଗ୍ରାହୀ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକୁ ନିରେଖି ଦେଖିବା ସହ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ସଭାକାର୍ଯ୍ୟକୁ ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ ଏବଂ ପ୍ରଶାନ୍ତ କୁମାର ପଲେଇ ମଞ୍ଚ ପରିଚାଳନା କରିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ପ୍ରତିଷ୍ଠାତା ଉଲ୍ଲାସ ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶନାରେ ଆୟୋଜିତ ଏହି ମେଳାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଏହି ବିଜ୍ଞାନ ମେଳା ଦେଖିବା ପାଇଁ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର