ରାମଚଣ୍ଡୀ ନଦୀ ଗର୍ଭକୁ ଖସି ପଡ଼ିଲା ବିଡିଓଙ୍କ କାର୍‌, ଅଗ୍ନିଶମ ବିଭାଗ ଦ୍ବାରା ପତ୍ନୀଙ୍କ ସହ ବିଡିଓ ଉଦ୍ଧାର

କୋଣାର୍କ : ଶନିବାର ଅପରାହ୍ନ ୪ଟାରେ କୋଣାର୍କ-ପୁରୀ ଵେଳାମାର୍ଗ ସଂଲଗ୍ନ ରାମଚଣ୍ଡୀ ନଦୀ ଗର୍ଭକୁ ଗୋଟିଏ ଚଳନ୍ତା କାର୍ ଖସି ପଡିବା ଫଳରେ କାର୍ ଚାଳକ କଟକ ସଦର ବିଡିଓ ପ୍ରତୀକ ସାହୁ (୩୩) ଓ ତାଙ୍କ ପତ୍ନୀ ରଶ୍ମୀ ସାହୁ(୩୧) ଆହତ ହୋଇଛନ୍ତି। ନଦୀ ଗର୍ଭରେ ସଂପୂର୍ଣ୍ଣ ଓଲଟି ପଡି ଭାସୁଥିବା କାର୍ ଭିତରୁ ଆର୍ତ୍ତ ଚିତ୍କାର କରୁଥିବା ଦମ୍ପତିଙ୍କୁ ନିକଟରେ ଥିଵା ଅଗ୍ନୀଶମ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନେ ତତ୍କାଳ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। […]

କୋଣାର୍କ : ଶନିବାର ଅପରାହ୍ନ ୪ଟାରେ କୋଣାର୍କ-ପୁରୀ ଵେଳାମାର୍ଗ ସଂଲଗ୍ନ ରାମଚଣ୍ଡୀ ନଦୀ ଗର୍ଭକୁ ଗୋଟିଏ ଚଳନ୍ତା କାର୍ ଖସି ପଡିବା ଫଳରେ କାର୍ ଚାଳକ କଟକ ସଦର ବିଡିଓ ପ୍ରତୀକ ସାହୁ (୩୩) ଓ ତାଙ୍କ ପତ୍ନୀ ରଶ୍ମୀ ସାହୁ(୩୧) ଆହତ ହୋଇଛନ୍ତି। ନଦୀ ଗର୍ଭରେ ସଂପୂର୍ଣ୍ଣ ଓଲଟି ପଡି ଭାସୁଥିବା କାର୍ ଭିତରୁ ଆର୍ତ୍ତ ଚିତ୍କାର କରୁଥିବା ଦମ୍ପତିଙ୍କୁ ନିକଟରେ ଥିଵା ଅଗ୍ନୀଶମ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନେ ତତ୍କାଳ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଆହତଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କୋଣାର୍କ ଓ ପରେ ପୁରୀ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଅତୀବ ଭୟଙ୍କର ଥିଲା। ମେରାଇନ ଡ୍ରାଇଭ୍ ଜାତୀୟ ରାଜପଥ ନିକଟରେ ଥିବା ଲୋଟସ୍ ରିସର୍ଟ ହୋଟେଲକୁ ଯାଉଥିବା ସମୟରେ ଅନତିଦୂରରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତା କଡ଼ରେ ପାର୍କିଂ ପାଇଁ ଗାଡ଼ି ବୁଲାଉଥିବା ବେଳେ ଵ୍ରେକ୍ ପରିବର୍ତ୍ତେ ଆକ୍ସିଲିରେଟର ଉପରେ ଗୋଡ଼ ରହିଯିବା ଯୋଗୁଁ କାରଟି ଦ୍ରୁତ ଗତିରେ ଦକ୍ଷିଣ ପାର୍ଶ୍ୱକୁ ମାଡିଯାଇ ନଦୀ ଗର୍ଭକୁ ଖସି ପଡିଥିଲା। କାରଟି ସଂପୂର୍ଣ୍ଣ ଓଲଟି ଯାଇ ପାଣିରେ ଭାସୁଥିବା ଅବସ୍ଥାରେ ନିକଟରେ ଉପସ୍ଥିତ ଟ୍ରେନିଂ ସେଣ୍ଟରରୁ ଶତାଧିକ ଆଗ୍ନିକ ତତ୍କାଳ ପାଣିକୁ ଡେ଼ଇଁ କାରର କାଚ ଭାଙ୍ଗି ଆର୍ତ୍ତ ଚିତ୍କାର କରୁଥିବା ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇ ପାଣି ଭିତରେ ବୁଡ଼ି ଯାଇଥିବା ଦମ୍ପତିଙ୍କୁ ତତ୍କାଳ ଉଦ୍ଧାର କରାଯାଇ ପାରିଥିବାରୁ ତାଙ୍କର ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ସେମାନେ ଅତ୍ୟନ୍ତ ଭୟଭୀତ ହୋଇ ପଡିଥିବା ଚମ୍ପାହାର ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ଚୌଧୁରୀ ପ୍ରକାଶ କରିଛନ୍ତି।

About The Author: The Sakala