ପୁରୀ: ଆଜି ମାର୍ଗଶୀର କୃଷ୍ଣଦଶମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଙ୍ଗଳବାର ସକାଳୁ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଏକ ଗୁପ୍ତ ନୀତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ସେବା ଅନୁଷ୍ଠିତ ହୋଇଥାଏ । ପାଟ କନାର ପଇତାକୁ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କୁ ହଳଦିଆ, ବଡ଼ଠାକୁରଙ୍କୁ ସବୁଜ ଓ ଦେବୀ ସୁଭଦ୍ରାଙ୍କୁ ନାଲି ରଙ୍ଗର ପଇତା ଲାଗି କରାଯାଏ ।