ପୁରୀ ସ୍ଵର୍ଗଦ୍ଵାରରୁ ହଟିଲା ଶବଦାହ କଟକଣା, ଶବ ସତ୍କାର ପାଇଁ ୧୬ରୁ ଖୋଲିବ ସ୍ୱର୍ଗଦ୍ୱାର, ମାନିବାକୁ ପଡିବ ଏହିସବୁ ନିୟମ…

ପୁରୀ: ସ୍ୱର୍ଗଦ୍ୱାରରୁ ଉଠିଲା ଶବଦାହ କଟକଣା । ଆସନ୍ତା ୧୬ ତାରିଖରୁ ଖୋଲିବ ସ୍ୱର୍ଗଦ୍ୱାର । କୋଭିଡ କଟକଣା ଯୋଗୁ ବନ୍ଦ ଥିବା ସ୍ୱର୍ଗଦ୍ୱାରରେ ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାର ଶବ ସତ୍କାରକୁ ମିଳିବ ଅନୁମତି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏଣିକି ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ। ତେବେ ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ନିୟମ […]

ପୁରୀ: ସ୍ୱର୍ଗଦ୍ୱାରରୁ ଉଠିଲା ଶବଦାହ କଟକଣା । ଆସନ୍ତା ୧୬ ତାରିଖରୁ ଖୋଲିବ ସ୍ୱର୍ଗଦ୍ୱାର । କୋଭିଡ କଟକଣା ଯୋଗୁ ବନ୍ଦ ଥିବା ସ୍ୱର୍ଗଦ୍ୱାରରେ ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାର ଶବ ସତ୍କାରକୁ ମିଳିବ ଅନୁମତି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏଣିକି ସ୍ଵର୍ଗଦ୍ଵାରରେ ପୁରୀ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକେ ଆସି ଶବ ସତ୍କାର କରିପାରିବେ।

ତେବେ ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ନିୟମ ମାନିବା ବାଧ୍ୟତାମୂଳକ ରହିବ । ଶବ ସତ୍କାର ପାଇଁ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିବ । ମୃତକଙ୍କ ସହ ମାତ୍ର ୧୦ଜଣ ସମ୍ପର୍କୀୟଙ୍କୁ ଆସିବାକୁ ଅନୁମତି ମିଳିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ପାଇଁ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ କଟକଣା ଲାଗିଥିଲା। ଏପ୍ରିଲ ୨୬ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା। ଜିଲ୍ଲା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ।

About The Author: The Sakala