ଆଜିଠୁ ଦୁଇ ଦିନ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜିଠୁ ୨ ଦିନ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଆଜି ସାନିଟାଇଜ୍ ପାଇଁ ଓ ଆସନ୍ତା କାଲି ବଡ ଏକାଦଶୀ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କଟକଣା ଅନୁସାରେ ପ୍ରତ୍ୟେକ ରବିବାର ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିବାରୁ ଭକ୍ତଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଏଥିପାଇଁ […]

ପୁରୀ: ଆଜିଠୁ ୨ ଦିନ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଆଜି ସାନିଟାଇଜ୍ ପାଇଁ ଓ ଆସନ୍ତା କାଲି ବଡ ଏକାଦଶୀ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କଟକଣା ଅନୁସାରେ ପ୍ରତ୍ୟେକ ରବିବାର ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିବାରୁ ଭକ୍ତଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଏଥିପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ ।

କରୋନା ମହାମାରୀ ସଂକ୍ରମଣକୁ ନେଇ ଶ୍ରୀମନ୍ଦିରରେ କଟକଣାଯୁକ୍ତ ଦର୍ଶନ ଚାଲିଛି। ବିଶେଷ ପର୍ବପର୍ବାଣି ଦିନରେ ଭକ୍ତଙ୍କ ଗହଳି ଅଧିକ ସମ୍ଭାବନା ଥିବାରୁ ଏହିଦିନ ଦର୍ଶନ ବନ୍ଦ ରଖାଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପରି ହୋଇଛି। ସେହି ଅନୁଯାୟୀ ରବିବାର ଏବଂ ସୋମବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

About The Author: The Sakala