ଜୟ ଓଡ଼ିଶାର ‘ସହାୟତା’ ଜରିଆରେ ଭିନ୍ନକ୍ଷମ ନାବାଳକକୁ ହୁଇଲ ଚେୟାର ପ୍ରଦାନ

ଭୁବନେଶ୍ବର: ୟୁନିଟ୍ ୩ ଖାରବେଳ ନଗର ପାର୍କ ନିକଟରେ ବାସ କରୁଥିବା ଜଣେ ୧୪ ବର୍ଷୀୟ ଶାରୀରିକ ଅକ୍ଷମତା ବାଳକକୁ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ହୁଇଲ ଚେୟାର ପ୍ରଦାନ କରିଛନ୍ତି। ଉକ୍ତ ବାଳକର ନାଁ ସଞ୍ଜୟ ପଣ୍ଡା । ଛୁଆଟି ବେଳୁ ସେ ଶାରୀରିକ ଅକ୍ଷମତା ଯୋଗୁ ବାହାର ଦୁନିଆ ଦେଖି ନ ଥିଲା । ଘରର ଗୋଟିଏ କୋଣରେ ରହୁଥିବାରୁ ପିଲାଟିର ଜୀବନ ଅନ୍ଧକାରମୟ ସଦୃଶ ହୋଇଯାଇଥିଲା। ଏହି ହୁଇଲ ଚେୟାରଟି ସଞ୍ଜୟ […]

ଭୁବନେଶ୍ବର: ୟୁନିଟ୍ ୩ ଖାରବେଳ ନଗର ପାର୍କ ନିକଟରେ ବାସ କରୁଥିବା ଜଣେ ୧୪ ବର୍ଷୀୟ ଶାରୀରିକ ଅକ୍ଷମତା ବାଳକକୁ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ହୁଇଲ ଚେୟାର ପ୍ରଦାନ କରିଛନ୍ତି। ଉକ୍ତ ବାଳକର ନାଁ ସଞ୍ଜୟ ପଣ୍ଡା । ଛୁଆଟି ବେଳୁ ସେ ଶାରୀରିକ ଅକ୍ଷମତା ଯୋଗୁ ବାହାର ଦୁନିଆ ଦେଖି ନ ଥିଲା । ଘରର ଗୋଟିଏ କୋଣରେ ରହୁଥିବାରୁ ପିଲାଟିର ଜୀବନ ଅନ୍ଧକାରମୟ ସଦୃଶ ହୋଇଯାଇଥିଲା। ଏହି ହୁଇଲ ଚେୟାରଟି ସଞ୍ଜୟ ଓ ତାଙ୍କ ପରିବାରବର୍ଗଙ୍କ ପାଇଁ ଆଶାର ଆଲୋକ ସାଜିଛି । ସଞ୍ଜୟଙ୍କ ପରିବାର ସମେତ ପାଖ ପଡ଼ିଶା ଓ ସାହିର ସମସ୍ତ ବାସିନ୍ଦା ଜୟ ଓଡ଼ିଶାର ସଭାପତିଙ୍କୁ ଅନେକ କୃତଜ୍ଞତା ଜଣାଇବା ସହ ସଞ୍ଜୟଙ୍କ ପାଇଁ ସେ ଭଗବାନଙ୍କର ଜଣେ ଦୂତ ସଦୃଶ୍ୟ ବୋଲି କହି ଭାବବିହ୍ବଳ ହୋଇଯାଇଥିଲେ।

ଖବର ଅନୁଯାୟୀ, ହୃଷୀକେଶ ବେହେରା ନାମକ ଜଣେ ବ୍ୟକ୍ତି ସଞ୍ଜୟଙ୍କ ଘର ପାଖକୁ କାମ କରିବାକୁ ଆସନ୍ତି । ସେ ଏହି ଖବର ଜାଣିବା ପରେ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟଙ୍କୁ ଜଣାଇଥିଲେ। ଏହା ଶୁଣି ରୁଦ୍ର ସାମନ୍ତରାୟ ଓ ଜୟ ଓଡ଼ିଶାର ସ୍ଵେଚ୍ଛାସେବୀ ମାନେ ସଙ୍ଗେସଙ୍ଗେ ସଞ୍ଜୟଙ୍କ ଘରକୁ ଯାଇ ଭେଟିଥିଲେ। ତାଙ୍କୁ ଏକ ହୁଇଲ ଚେୟାର ମିଳିଲେ ସେ ଚଳପ୍ରଚଳ ହୋଇପାରିବେ ବୋଲି ହୃଦୟଙ୍ଗମ କରିଥିଲେ। ଜୟ ଓଡ଼ିଶାର “ସହାୟତା” କାର୍ଯ୍ୟକ୍ରମ ଜରିଆରେ ସଞ୍ଜୟଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ।

ଜୟ ଓଡ଼ିଶାର “ସହାୟତା” କାର୍ଯ୍ୟକ୍ରମ ଜରିଆରେ ବିଗତ ୬ ମାସ ମଧ୍ୟରେ ପ୍ରାୟ ୭୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପକୃତ ହୋଇଛନ୍ତି । ଏହାର ଉଦେଶ୍ୟ ହେଉଛି ସହୃଦୟ ବ୍ୟକ୍ତି ନିଜର ପୁନଃ ବ୍ୟବହାରଯୋଗ୍ୟ ମେଡିକାଲ ସରଞ୍ଜାମ ଗୁଡିକ ଜୟ ଓଡ଼ିଶାକୁ ଦାନ କରିଥାନ୍ତି। ସେହି ସରଞ୍ଜାମ ଗୁଡିକ ଅନେକ ଲୋକଙ୍କ କାମରେ ଲାଗିଥାଏ। ଏହାଛଡା ନିଜର କିଛି ବିଶେଷ ଦିନ ଗୁଡିକ ସ୍ମରଣୀୟ କରିବା ନିମନ୍ତେ ମଧ୍ୟ ନିଜ ଜନ୍ମଦିନ, ନିଜ ପିତାମାତାଙ୍କ ଜନ୍ମଦିନ ମାନଙ୍କରେ ଏହି ଭଳି ମହତ୍ ଦାନ କରି ଅନେକ ଆଶୀର୍ବାଦ ସାଉଁଟି ପାରୁଛନ୍ତି। ଏଣୁ ହୁଇଲ ଚେୟାର, ୱାକର, ମେଡିକାଲ ବେଡ୍ ଆଦି ଭଳି କିଛି ବି ସରଞ୍ଜାମ ଦାନ କରି ସଞ୍ଜୟଙ୍କ ଭଳି ପିଲା ବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟେଇବାକୁ ଚାହୁଁଥିଲେ 9853220023 ନମ୍ବର ରେ ଯୋଗାଯୋଗ କରିବା ପାଇଁ ଜୟ ଓଡ଼ିଶାର ସଭାପତି  ସାମନ୍ତରାୟ କହିଛନ୍ତି।

About The Author: The Sakala