ଦୁଇ ନାବାଳିକା ଭଉଣୀଙ୍କୁ ନେଇ ଟ୍ଯୁସନ୍ ଶିକ୍ଷକ ଚମ୍ପଟ ମାରିବା ଘଟଣା: ଧରାପଡ଼ିଲେ ରସିକିଆ ଟ୍ୟୁସନ୍ ମାଷ୍ଟର

ଭୁବନେଶ୍ୱର: ଧରାପଡ଼ିଲେ ରସିକିଆ ଟ୍ୟୁସନ୍ ମାଷ୍ଟର।  ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟରଙ୍କ ଅପହରଣ ମାମଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ବଡଗଡ଼ ଓ ଅଇଁଠାପାଲି ଥାନା ପୁଲିସ ମିଳିତ ଉଦ୍ଯମରେ ଉଦ୍ଧାର କରାଯାଇଛି। । ଟ୍ୟୁସନ ମାଷ୍ଟରଙ୍କୁ ଥାନାରେ ଅଟକ ରଖାଯାଇଛି। ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିବ ପୁଲିସ । ଘରକୁ ଯାଇ ପାଠ ପଢାଇବା ଆଳରେ ଗୋପାଳ କୃଷ୍ଣ ବାଡ଼ତିଆ ଅଷ୍ଟମ […]

ଭୁବନେଶ୍ୱର: ଧରାପଡ଼ିଲେ ରସିକିଆ ଟ୍ୟୁସନ୍ ମାଷ୍ଟର।  ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟରଙ୍କ ଅପହରଣ ମାମଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ବଡଗଡ଼ ଓ ଅଇଁଠାପାଲି ଥାନା ପୁଲିସ ମିଳିତ ଉଦ୍ଯମରେ ଉଦ୍ଧାର କରାଯାଇଛି। । ଟ୍ୟୁସନ ମାଷ୍ଟରଙ୍କୁ ଥାନାରେ ଅଟକ ରଖାଯାଇଛି। ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିବ ପୁଲିସ ।

ଘରକୁ ଯାଇ ପାଠ ପଢାଇବା ଆଳରେ ଗୋପାଳ କୃଷ୍ଣ ବାଡ଼ତିଆ ଅଷ୍ଟମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭଉଣୀଙ୍କୁ ଧରି କେଉଁଆଡ଼େ ଛୁ ମାରିଥିବା ନେଇ ଗତକାଲି ଖବର ପ୍ରକାଶ ହୋଇଥିଲା । ଗତ ରବିବାର ସନ୍ଧ୍ୟାରେ ଏଭଳି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ଟ୍ୟୁସନ ମାଷ୍ଟ୍ରଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଇଥିଲା । ସେପଟେ ହିଂଜିଳିକାଟୁ ସ୍ଥିତ ପୈତୃକ ଘରେ ମଧ୍ୟ ଛାପା ପଡିଥିଲା । ଆଜି ସମ୍ବଲପୁରରୁ ଟ୍ୟୁସନ ମାଷ୍ଟରଙ୍କୁ କାବୁ କରିଛି ପୁ ଲିସ ।

ସୂଚନା ଅନୁଯାୟୀ, ବଡ଼ଗଡ଼଼ ଥାନା ଅଞ୍ଚଳରୁ ଟ୍ୟୁସନ ଶିକ୍ଷକଙ୍କ କଳାକାରନାମା ଗତକାଲି ପଦାକୁ ଆସିଥିଲା। ଟ୍ୟୁସନ ଶିକ୍ଷିକ ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର୍‍ ହୋଇଯାଇଥିଲେ।  ଅପହରଣ ହୋଇଥିବା ହୋଇଥିବା ଦୁଇ ଛାତ୍ରୀ ଦୁଇ ଭଉଣୀ। ଜଣଙ୍କର ବୟସ ୧୫ ଓ ଅନ୍ୟଜଣଙ୍କ ବୟସ ୧୪। ଗତ ରବିବାର ଠାରୁ ଛାତ୍ରୀଙ୍କୁ ନେଇ ଟ୍ୟୁସନ୍‍ ଶିକ୍ଷକ ଫେରାର୍‍ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଦୁଇ ଛାତ୍ରୀ ଫେରାର୍‍ ହେବାର ୩ଦିନ ବିତିଯାଇଥିବାରୁ କିଛି ସ୍ଥାନୀୟ ମହିଳା ବଡ଼ଗଡ଼଼ ଥାନାରେ ଫେରାଦ ହୋଇଥିଲେ।

ଟ୍ୟୁସନ ଶିକ୍ଷକକୁ ଧରିବା ପାଇଁ ୨ଟି ଟିମ୍‍ ଗଠନ କରାଯାଇଥିବା ଜୋନ୍‍ ଏସିପି ରଜତ ରାୟ ସୂଚନା ଦେଇଥିଲେ। ସେହିପରି ଛାତ୍ରୀଙ୍କ ଘରୁ ଏକ ହାତଲେଖା ଚିଠି ଜବତ କରିଥିଲା ପୁଲିସ। ଯେଉଁଥିରେ ନାବାଳିକା ଦୁଇଜଣ ବୈଜ୍ଞାନିକ ହେବାର ଇଚ୍ଛାଥିବା ଉେଲ୍ଲଖ କରିଛନ୍ତି। କିନ୍ତୁ ପରିବାର ଲୋକ ଏହି ସୁବିଧା ଦେଉନାହାନ୍ତି। ତେଣୁ ସେମୋେନ ନିଜ ଇଚ୍ଛାରେ ଘରୁ ଯାଇଛନ୍ତି। ଆଉ କିଛି ଅଲୌକିକ କରି ଫେରି ଆସିବେ ବୋଲି ଦୁଇ ଛାତ୍ରୀ ଚିଠିରେ ଉଲ୍ଲେଖ କରିଥିବା ପୁଲିସ କହିଥିଲେ।

ଅଭିଯୋଗ ଅନୁସାରେ ନିଖୋଜ ଥିବା ଦୁଇ ଛାତ୍ରୀଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ହୋଇଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର। ଉଭୟ ବଡ଼ଗଡ଼଼ ଅଞ୍ଚଳର ଏକ ଘରୋଇ ସ୍କୁଲରେ ପାଠ ପଢ଼଼ୁଥିଲେ। ସେମାନଙ୍କୁ ଗୋପାଳକୃଷ୍ଣ ପ୍ରାୟ ୪ବର୍ଷ ହେବ ଟ୍ୟୁସନ କରୁଥିଲେ। କିନ୍ତୁ କିଛିଦିନ ହେବ ଗୋପାଳକୃଷ୍ଣଙ୍କ ହାବଭାବରେ ପରିବର୍ତ୍ତନ ହୋଇଥିଲା। ତେଣୁ ଗୋପାଳକୃଷ୍ଣଙ୍କ ନିକଟରେ ଦୁଇ ଝିଅଙ୍କୁ ଟ୍ୟୁସନ ନ କରିବାକୁ ଛାତ୍ରୀଙ୍କ ବାପା ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗୋପାଳକୃଷ୍ଣ ଏହାକୁ ବିରୋଧ କରି ଧମକ ଦେଇଥିଲେ। ତେଣୁ ଗତ ୧୯ ତାରିଖରୁ ଗୋପାଳକୃଷ୍ଣ ଦୁଇ ଝିଅଙ୍କୁ ନେଇ ଚମ୍ପଟ୍‍ ହୋଇଯାଇଛନ୍ତି ବୋଲି ବାପା ବଡ଼ଗଡ଼଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଜବତ ଚିଠି ଓ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‍କୁ ନେଇ ତନାଘନା କରିଥିଲା। ଅନ୍ୟପଟେ ଟ୍ୟୁସନ୍‍ ଶିକ୍ଷକ ଗୋପାଳକୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଉପକଣ୍ଠସ୍ଥ ବନମାଳୀପୁରରେ ଭଡ଼ାରେ ରହୁଥିଲେ। ସେ ବିବାହିତ ଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି। ତେବେ ଥାନାରେ ଅଭିଯୋଗ ହେବା ପରେ ଗୋପାଳକୃଷ୍ଣଙ୍କ ମୋବାଇଲ ଫୋନ୍‍କୁ ଯୋଗାଯୋଗ କରାଯାଇଛି। କିନ୍ତୁ ଫୋନ ବନ୍ଦ ଥିବାରୁ ପୁଲିସର ଚିନ୍ତା ବଢ଼଼ିଯାଇଛି। ତେବେ ଗୋପାଳକୃଷ୍ଣ ରହୁଥିବା ଭଡ଼ାଘର, ଗଞ୍ଜାମ ପୈତୃକ ଘର ଓ ତାଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଇଥିଲା।

About The Author: The Sakala