ଅଧ୍ୟାପକଙ୍କ ଉପରେ ଚଢ଼ିଗଲା ବସ୍

ମଞ୍ଚେଶ୍ବର ଥାନା ରସୁଲଗଡ଼ଛକରେ ଜଣେ ଅଧ୍ୟାପକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଅଧ୍ୟାପକ ଜଣଙ୍କ ହେଲେ ଜଗତସିଂହପୁରର ପ୍ରତାପ ଚନ୍ଦ୍ର ସାହାଣୀ (୫୧) । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖୁଛି। ଏହାକୁ ନେଇ ରସୁଲଗଡ଼ ଛକରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ […]

ମଞ୍ଚେଶ୍ବର ଥାନା ରସୁଲଗଡ଼ଛକରେ ଜଣେ ଅଧ୍ୟାପକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଅଧ୍ୟାପକ ଜଣଙ୍କ ହେଲେ ଜଗତସିଂହପୁରର ପ୍ରତାପ ଚନ୍ଦ୍ର ସାହାଣୀ (୫୧) । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖୁଛି। ଏହାକୁ ନେଇ ରସୁଲଗଡ଼ ଛକରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରିରଖୁଛି ।

ଜଗତସିଂହପୁର କଲେଜରେ ପ୍ରତାପ ଅଧ୍ୟାପକ ଅଛନ୍ତି। ସୂଚନାଯୋଗ୍ୟ ଯେ, ଜଗତସିଂହପୁରର ପ୍ରତାପ ଚନ୍ଦ୍ର ସାହାଣୀ କୌଣସି କାମରେ ଭୁବନେଶ୍ବର ଆସିଥିଲେ। ସୋମବାର ଅପରାହ୍ନରେ କାମସାରି ଘରକୁ ଫେରୁଥିବା ବେଳେ ରସୁଲଗଡ଼ ଗୋଡ଼େଇ ଛକରେ ଏକ ବସ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଯିବା ସହ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେବା ବାଟରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଜାରିରଖୁଛି।

About The Author: The Sakala