କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁ ବଢୁଛି ଦରଦାମ୍-ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର: କେବଳ ଯୁଦ୍ଧ ଯୋଗୁ ଦରଦାମ ବଢୁନି। ଗତ ୧୩ ମାସରୁ ଦର ବଢି ଚାଲିଛି। ଏହା କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା। ପେଟ୍ରୋଲ ଡିଜେଲରେ କେନ୍ଦ୍ର ସରକାର ଲୁଟାୟନ କାର୍ଯ୍ୟକ୍ରମ କରିଛନ୍ତି। ଯାହା ଆଗରୁ କେବେ ନଥିଲା। ଯୁଦ୍ଧ ବଢିଲେ, ସପ୍ଲାଏ ଚେନ ଭାଙ୍ଗିଲେ ଆହୁରି ଦର ବଢ଼ିବ। ହେଲେ ଓଡ଼ିଶାରେ ଜାତୀୟ ହାର ସହ ସମାନ୍ତରଲ ରଖିଛୁ। ଆମେ ନିବେଦନ କରିଛୁ ଯେ, ସେସ ଓ ଟିକସ ଛାଡ଼ କରି ସବୁ ରାଜ୍ୟ […]

ଭୁବନେଶ୍ବର: କେବଳ ଯୁଦ୍ଧ ଯୋଗୁ ଦରଦାମ ବଢୁନି। ଗତ ୧୩ ମାସରୁ ଦର ବଢି ଚାଲିଛି। ଏହା କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା। ପେଟ୍ରୋଲ ଡିଜେଲରେ କେନ୍ଦ୍ର ସରକାର ଲୁଟାୟନ କାର୍ଯ୍ୟକ୍ରମ କରିଛନ୍ତି। ଯାହା ଆଗରୁ କେବେ ନଥିଲା। ଯୁଦ୍ଧ ବଢିଲେ, ସପ୍ଲାଏ ଚେନ ଭାଙ୍ଗିଲେ ଆହୁରି ଦର ବଢ଼ିବ। ହେଲେ ଓଡ଼ିଶାରେ ଜାତୀୟ ହାର ସହ ସମାନ୍ତରଲ ରଖିଛୁ।

ଆମେ ନିବେଦନ କରିଛୁ ଯେ, ସେସ ଓ ଟିକସ ଛାଡ଼ କରି ସବୁ ରାଜ୍ୟ ସହ ଆଲୋଚନା କରି କାମ କରନ୍ତୁ। ଗ୍ୟାସରେ ମିଳୁଥିବା ସବସିଡିକୁ ଗତ ବଜେଟରେ ଶୂନ୍ୟ କରି ଦେଲେ। ଗରିବଙ୍କ ଉପରେ ମହଙ୍ଗା ମାଡ଼ ହେଉଛି । ବଡ଼ବଡ଼ିଆ ଖସିଯାଉଛନ୍ତି। କର୍ପୋରେଟ ଟିକସ କମିଛି। ଭାରତ ବର୍ଷର ଅର୍ଥନୀତିକୁ କେନ୍ଦ୍ର ସରକାର ବିଗାଡି ଦେଇଛନ୍ତି। ସେଥି ପାଇଁ ଦରଦାମ ଗତ ୧୩ ମାସରୁ ବଢି ଚାଲିଛି। ସଠିକ ପଦକ୍ଷେପ ନେବାକୁ ଆମେ କେନ୍ଦ୍ର ସରକାରଙ୍କୁ କହୁଛୁ, ହେଲେ ସେମାନେ ନେଉ ନାହାନ୍ତି।

ଗ୍ରାହକ ମୂଲ୍ୟ ସୂଚକାଙ୍କ ଦେଖିଲେ ଜଣାପଡୁଛି ଯେ, ହୋଲସେଲ ମୂଲ୍ୟ କମ ରହିଛି ଓ ଗ୍ରାହକ ମୂଲ୍ୟ ଅଧିକ ରହିଛି। ଯାହା ଓଲଟା ରହୁଛି। ଏହା ବିଚିତ୍ର ଦେଶ। ଏଥିରୁ ଛୋଟ ବ୍ୟବସାୟୀ ମାଡ଼ ଖାଇବେ। ବଡ଼ ବ୍ୟବସାୟୀଙ୍କ ପାଇଁ ଏହି ଖେଳ ଚାଲିଛି। Consumer Price Indexରେ retail inflation ୭.୭୯ ପ୍ରତିଶତ ରହିଛି। ଯାହା ବାରମ୍ବାର ବଢି ଚାଲିଛି। ସେହିପରି Wholesale Price Index ୧୫.୦୮ ପ୍ରତିଶତ। ଯାହା ସର୍ବାଧିକ। ଗତ ୧୭ ବର୍ଷରୁ ଏହା ବଢି ବଢି ଚାଲିଛି। ଦେଶରେ ଅଭାବନୀୟ ପରିସ୍ଥିତି ହେବାକୁ ଯାଉଛି ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

About The Author: The Sakala