ପୁଲିସ ଓ ପରିବହନ ବିଭାଗ ଆଣିବ ସ୍ୱତନ୍ତ୍ର ଆପ୍‌ : ସାବାଡ଼ ହେବେ ଅମାନିଆ

ଭୁବନେଶ୍ୱର : ଅମାନିଆ ଗାଡ଼ି ଚାଳକ ହେବେ ସାବାଡ଼। ଏଥର ପୁଲିସ ନୁହେଁ ସାଧାରଣ ନାଗରିକ ଅମାନିଆଙ୍କୁ ଜଗିବେ। ଯେଉଁମାନେ ହେଲ୍‌ମେଟ୍‌ ପିନ୍ଧିନଥିବେ, ଫୋନ୍‌ରେ କଥା ହୋଇ ଗାଡ଼ି ଚଲାଇବେ, ରଙ୍ଗ ରୁଟ୍‌ରେ ଯାଉଥିଲେ ଏବଂ ମଦପିଇ ଗାଡ଼ି ଚଲାଉଥିଲେ ସେମାନେ ଏବେ ଫସିବେ। କାରଣ ପୁଲିସ ଏବଂ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ଆପ୍‌ ଆଣିବ। ଯେଉଁ ଆପ୍‌ ମାଧ୍ୟମରେ ସାଧାରଣ ଲୋକ ଏଥିରେ ଅମାନିଆଙ୍କ ଫଟୋ ଉଠାଇ ପଠାଇପାରିବେ। ଏହି ଫଟୋ ଆଧାରରେ ପୁଲିସ […]

ଭୁବନେଶ୍ୱର : ଅମାନିଆ ଗାଡ଼ି ଚାଳକ ହେବେ ସାବାଡ଼। ଏଥର ପୁଲିସ ନୁହେଁ ସାଧାରଣ ନାଗରିକ ଅମାନିଆଙ୍କୁ ଜଗିବେ। ଯେଉଁମାନେ ହେଲ୍‌ମେଟ୍‌ ପିନ୍ଧିନଥିବେ, ଫୋନ୍‌ରେ କଥା ହୋଇ ଗାଡ଼ି ଚଲାଇବେ, ରଙ୍ଗ ରୁଟ୍‌ରେ ଯାଉଥିଲେ ଏବଂ ମଦପିଇ ଗାଡ଼ି ଚଲାଉଥିଲେ ସେମାନେ ଏବେ ଫସିବେ। କାରଣ ପୁଲିସ ଏବଂ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ଆପ୍‌ ଆଣିବ। ଯେଉଁ ଆପ୍‌ ମାଧ୍ୟମରେ ସାଧାରଣ ଲୋକ ଏଥିରେ ଅମାନିଆଙ୍କ ଫଟୋ ଉଠାଇ ପଠାଇପାରିବେ।

ଏହି ଫଟୋ ଆଧାରରେ ପୁଲିସ ଏବଂ ପରିବହନ ବିଭାଗ ଅମାନିଆଙ୍କ ଘରକୁ ଚାଲାଣ ପଠାଇବେ। ଆଇନ୍‌ ଅନୁସାରେ ଜରିମାନା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ଏହି ଆପ୍‌ରେ ଅମାନିଆଙ୍କ ତଥ୍ୟ ରହିବ। କେଉଁ ଅମାନିଆ କେତେଥର ନିୟମ ଉଲ୍ଲଂଘନ କରି ଧରାପଡ଼ିଛନ୍ତି ତାହାର ତଥ୍ୟ ରହିବ। ୩ ଥରରୁ ଅଧିକ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ଗାଡ଼ି ଧରାପଡ଼ିଲେ ଗାଡ଼ିକୁ ଜବତ କରାଯିବ। ଆହୁରି ମଧ୍ୟ ପୁଲିସ ଏହି ଆପ୍‌ ଦ୍ୱାରା ଫାଇଦା ପାଇବ। କାରଣ ଯାଞ୍ଚ ସମୟରେ ଧରାପଡୁଥିବା ଅମାନିଆଙ୍କ ସମ୍ପର୍କରେ ପୁଲିସ ତଥ୍ୟ ପାଇବ। ଏହାପରେ ଆଇନ୍‌ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ।

ରାତିରେ ପୁଲିସ ନାଇଟ୍‌ ବ୍ଲକିଂ କରି ମଦପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରୁଛି। ଯେଉଁ ଚାଳକ ମଦପିଇ ଧରାପଡୁଛନ୍ତି ସେମାନଙ୍କ ତଥ୍ୟ ଏଥିରେ ରହିବ। ଉକ୍ତ ଗାଡ଼ି ଚାଳକ ପୁଣି ମଦପିଇ ୩ଥର ଧରାପଡ଼ିଲେ ଲାଇସେନ୍ସ ବାତିଲ କରାଯିବ। ପୁଲିସ ଏବଂ ପରିବହନ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ମଦୁଆମାନେ ଏହାର ଫାଇଦା ନେଉଥିଲେ। ପୁଲିସକୁ ଜରିମାନା ଦେଇ ଖସି ଯାଉଥିଲେ। କିନ୍ତୁ ଏଥର ଏହି ଅମାନିଆ ଗାଡ଼ି ଚାଳକ ଆଉ ଖସିପାରିବେ ନାହିଁ। ରାଜଧାନୀରେ ଅନେକ ଅମାନିଆ ଗାଡ଼ି ଚାଳକ ମଦପିଇ ଗାଡ଼ି ଚାଳନା କରୁଛନ୍ତି। ଯେଉଁଥିପାଇଁ ଏକାଧିକ ଦୁର୍ଘଟଣା ଘଟାଉଛନ୍ତି। ତେଣୁ ଏଭଳି ଆପ୍‌ ଦ୍ୱାରା ଦୁର୍ଘଟଣା କମିବ ବୋଲି ଆଶଙ୍କା କରୁଛି ପୁଲିସ।

About The Author: The Sakala