ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ବରଗଡ଼ ପୋକ୍ସୋ କୋର୍ଟ

ବରଗଡ: ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ । ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ପ୍ରଶାନ୍ତ ବାଗକୁ ଫାଶୀ ଦଣ୍ଡାଦେଶ ଦେଲେ ବରଗଡ଼ ପୋକ୍ସୋ କୋର୍ଟ । ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ DLSAଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 

୨୦୨୪ ମସିହା ନଭେମ୍ବର ୧୫ ତାରିଖରେ ବରଗଡ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଘଟିଥିଲା ଏହି ଅଭାବନୀୟ ଘଟଣା। ନାବାଳିକାକୁ ମାଛ ମାରି ଯିବା କହି ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଥିଲା ଦୋଷୀ ପ୍ରଶାନ୍ତ ବାଗ । ଆଜି ମାନ୍ୟବର ପୋସ୍କୋ କୋର୍ଟ ଏହି କେସର ଶୁଣାଣି କରିବା ସହ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।

About The Author: Madhusudan Das