ଏପ୍ରିଲ୍‌ ୨ ରୁ +୨ ଖାତାଦେଖା

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍‌ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ରୁ ୨୬ ତାରିଖ ମଧ୍ୟରେ ଖାତାଦେଖା ଚାଲିବ। ମୂଲ୍ୟାଙ୍କନର ୧୦ଦିନ ପୂର୍ବରୁ ପରୀକ୍ଷା ଖାତାକୁ କୋଡିଂ କରାଯିବ। ଆସନ୍ତା ୨୭ ତାରିଖରେ ବିଜ୍ଞାନ ଓ ୨୭ ତାରିଖରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ସରିବ। ଏହାପରେ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ଖାତାଦେଖା ହେବ। କଳା ବିଭାଗର ଓଡ଼ିଆ […]

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍‌ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ରୁ ୨୬ ତାରିଖ ମଧ୍ୟରେ ଖାତାଦେଖା ଚାଲିବ। ମୂଲ୍ୟାଙ୍କନର ୧୦ଦିନ ପୂର୍ବରୁ ପରୀକ୍ଷା ଖାତାକୁ କୋଡିଂ କରାଯିବ।

ଆସନ୍ତା ୨୭ ତାରିଖରେ ବିଜ୍ଞାନ ଓ ୨୭ ତାରିଖରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ସରିବ। ଏହାପରେ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ଖାତାଦେଖା ହେବ। କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତା ଦେଖା ବହୁ ବିଳମ୍ବ ହେଉଥିବାରୁ ଚଳିତ ଥର ଏହାକୁ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କରିବାକୁ ପଦକ୍ଷେପ ନିଆଯାଇଛି। ଚଳିତ ଥର ୬୩ଟି ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କେନ୍ଦ୍ର କରାଇଥିବାବେଳେ ୭୭ଟି ଅଫ୍‌ଲାଇନ୍‌ ଓ ୫୭ଟି କୋଡିଂ ସେଣ୍ଟର କରାଯାଇଛି। ମୂଲ୍ୟାଙ୍କନ କେନ୍ଦ୍ରକୁ ହେଉଥିବା ଦୂରତାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ମୂଲ୍ୟାଙ୍କନ କେନ୍ଦ୍ର ଖୋଲାଯାଇଛି। ଦେବଗଡ଼ ପରି ଜିଲ୍ଲାରେ ପ୍ରଥମ ଥର ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିବ।

ସେହିପରି ପୂର୍ବରୁ କଲେଜଗୁଡ଼ିକ ପ୍ରାକ୍ଟିକାଲ୍‌ ମାର୍କ ମାନୁଆଲ୍‌ ଭାବେ ଦେଉଥିଲେ। ମାତ୍ର ଚଳିତ ବର୍ଷ କଲେଜମାନେ ଏହାକୁ ଅନ୍‌ଲାଇନ୍‌ରେ ଦାଖଲ କରିଥିବାରୁ ଅତିରିକ୍ତ ସମୟ ଅପଚୟ ହେବ ନାହିଁ। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ଚଳିତ ଥର ମୋଟ୍‌ ୧୨୭୬ ଟି ପରୀକ୍ଷା କେନ୍ଦ୍ରରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ବର୍ଗର ପ୍ରାୟ ୩ଲକ୍ଷ ୯୩ ହଜାର ପିଲା ପରୀକ୍ଷା ଦେଇଛନ୍ତି

About The Author: The Sakala