କେନ୍ଦ୍ରାପଡ଼ା: ହିମାଳୟରେ ତପସ୍ୟା କରୁଛନ୍ତି ଆତ୍ମଘୋଷିତ 'ସାରଥି ବାବା' ଓରଫ ସନ୍ତୋଷ ରାଉଳ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ସାରଥି ବାବା ତପସ୍ୟା କରୁଥିବାର ଫଟୋ । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଫଟୋରେ ସାରଥି ବାବା ହିମାଳୟ ପର୍ବତମାଳାରେ ଧ୍ୟାନ ମୁଦ୍ରାରେ ଓ ଅନ୍ୟ ଭଂଗୀରେ ଥିବା ଫଟୋ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଫଟୋ ପ୍ରଘଟ ହେବା ପରେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରଠାରୁ ସେ ସର୍ବସାଧାରଣ ସ୍ଥାନରେ ନଜର ଆସୁନଥିଲେ । ଜେଲ୍ରୁ ଫେରିବା ପରେ ପ୍ରଥମ ଥର ପାଇଁ ସେ ସାମ୍ନାକୁ ଆସିଛନ୍ତି ।